ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହି ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟା କଲା ସ୍ୱାମୀ। ମୃତକ ହେଲେ ରୋହି ଗାଁରେ ଝୁନୁ ଜେନା । ଗତକାଲି ବିଳମ୍ବିତ ରାତିରେ ଘରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ସ୍ୱାମୀ ରାଜୁ ଝୁନୁଙ୍କ ପେଟକୁ ଶାବଳରେ ଭୁସି ଦେଇଥିଲେ। ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଖବରପାଇ ସଦର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଉଠାଇ ନେଇଥିବା ବେଳେ ଝୁନୁଙ୍କ ମୃତଦେହ ଘରେ ପଡିରହିଛି। ତେବେ ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ ତଦନ୍ତ କରିବା ପରେ ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now