ନରସିଂହପୁର ବ୍ଲକରେ ତହସିଲଦାରଙ୍କ ବଦଳିକୁ ନେଇ ଦାବି ଜୋର ଧରିଛି । ନରସିଂହପୁର ଓକିଲ ସଂଘ ଏ ନେଇ ପୂର୍ବରୁ ବିଧାୟକ , ଜିଲ୍ଲାପାଳ ଓ ବିଭିନ୍ନ ଉପରିସ୍ଥ ବିଭାଗକୁ ଜଣାଇଥିଲେ । ପରେ କୌଣସି ସୁଫଳ ନ ମିଳିବାରୁ ନରସିଂହପୁର ତହସିଲ ପରିସରରେ ଓକିଲ ସଂଘ ପକ୍ଷରୁ ତହସିଲଦାର ବଦଳି ଦାବିକୁ ନେଇ ନାରାବାଜି ଦେଇଥିଲେ । ଆଜି ଠାରୁ ନରସିଂହପୁର ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ତହସିଲ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ତହସିଲ ପରିସରରେ ୧୬୩ ଧାରା ଜାରି କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now