ଚାକିରି ବାହାନାରେ ୩ ଯୁବକଙ୍କୁ ବିଦେଶରେ ବିକ୍ରି କରି  ଜଣେ ଗିରଫ

ବିଦେଶରେ ଚାକିରିକୁ ନେଇ କିଛି ଭାରତୀୟଙ୍କ ମୋହ ଛାଡୁନି । ଅଧିକ ଟଙ୍କା ରୋଜଗାର କରିବା ଆଶାରେ ହେଉ କିମ୍ବା ପରିସ୍ଥିତିରେ ପଡି ବିଦେଶରେ ଚାକିରି କରିବାକୁ ବାହାରି ପଡୁଛନ୍ତି କିଛି ଭାରତୀୟ । ଏହାର ଫାଇଦା ଉଠାଇ ଦଲାଲମାନେ ବି ପକେଟ ଗରମ କରୁଛନ୍ତି । ବିଦେଶରେ ଚାକିରି ନାଁରେ ଲୋକମାନଙ୍କୁ ସେମାନେ ଅଧିକାଂଶ ସମୟରେ ଠକୁଥିବା ଦେଖିବାକୁ ମିଳୁଛି । ସେମିତି ଏକ ଘଟଣା ସାମ୍ନାକୁ ଏବେ ଆସିଛି । ଘଟଣା ଅନୁସାରେ ଉତ୍ତରାଖଣ୍ଡର  ୩ ଜଣ ଯୁବକଙ୍କୁ ଥାଇଲାଣ୍ଡକୁ  ଏକ ବିଦେଶୀ କମ୍ପାନୀକୁ ଚାକିରି ପାଇଁ ପଠାଇବା ଆଳରେ ବିକ୍ରି କରିବା ଅଭିଯୋଗ ହୋଇଥିଲା ।  ଏହା ଆଧାରରେ ପୁଲିସ ଗୁଜରାଟରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୧୦ ରେ ବନବାସା ନିବାସୀ ରାଜେନ୍ଦ୍ର ସାଉନ ତାଙ୍କ ପୁଅ ଲଳିତ ସାଙ୍ଗ ବିକାଶ ଓ କମଲେଶଙ୍କ ସହ ଚାକିରି ପାଇଁ ବ୍ୟାଙ୍କକ୍ ଯାଇଥିଲେ,  ହେଲେ ସେ ସେମାନଙ୍କ ସହ ଯୋଗାଯୋଗ କରିପାରିନଥିଲେ ବୋଲି ଅଭିଯୋଗ କରିଥିଲେ । ସାଉନଙ୍କ ଅଭିଯୋଗକୁ ଭିତ୍ତି କରି ଏତଲା ରୁଜୁ କରାଯାଇ ପୁଲିସ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲା । ପୁଲିସ ଜାଣିବାକୁ ପାଇଥିଲା ଯେ ଖଟିମାରେ ରହୁଥିବା ରାହୁଲ ଉପାଧ୍ୟାୟ ଗୁଜରାଟର ତାଙ୍କ ସାଙ୍ଗ ଜୟ ଯୋଶୀଙ୍କ ସହ ଉତ୍ତରାଖଣ୍ଡର ୭ ଜଣ ଯୁବକଙ୍କୁ ଡକାଇ ଚାକିରି  ଦେବା ବାହାନାରେ ବ୍ୟାଙ୍କକ୍ ପଠାଇଥିଲେ । କିନ୍ତୁ ସେମାନଙ୍କୁ ଚାକିରି ସୁଯୋଗ ଦେବା ପାଇଁ କହି ବିକ୍ରି କରି ଦିଆ ଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *