ଆଜି ଶ୍ରୀନଗର-କଟରାରେ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରିବେ ମୋଦି

କାଶ୍ମୀରର ଦ୍ରୁତ ବିକାଶ ଯୋଗୁଁ ଲୋକଙ୍କ ଜୀବନରେ ସମୃଦ୍ଧିର ବାର୍ତ୍ତା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଶ୍ରୀନଗରରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବେ। ଏହାପରେ ସେ କଟରାରେ ମଧ୍ୟ ଜନସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଶ୍ରୀନଗର ରାଲି ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ବିରୋଧୀ ଦଳର ଗଡ଼ରେ ବିଜେପିର ଭିତ୍ତିଭୂମି ମଜବୁତ କରିବା ସହ ସେଠାରେ ପଦ୍ମ ଫୁଟାଇବା ପାଇଁ ଦଳ ପ୍ରସ୍ତୁତି ଚଳାଇଛି। କାଶ୍ମୀରରେ ବିଜେପିର ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣଙ୍କ ଭାଗ୍ୟ ବୁଧବାର ଇଭିଏମରେ ସ୍ଥିର ହୋଇଛି। ଏବେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଦଳର ୧୧ ଜଣ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶ୍ରୀନଗରରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ଜନସାଧାରଣଙ୍କ ସହଯୋଗ ଲୋଡ଼ିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ କଶ୍ମୀରର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ଟାରେ ଶେର-ଏ-କାଶ୍ମୀର ସ୍ପୋର୍ଟସ ଷ୍ଟାଡିୟମରେ ଏହି ରାଲି ଅନୁଷ୍ଠିତ ହେବ। ଏହି ରାଲିରେ କାଶ୍ମୀରର ସମସ୍ତ ଜିଲ୍ଲାରୁ ୫୦ ହଜାର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗୁରୁବାର ଅପରାହ୍ନ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ଶ୍ରୀମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ କଟରାଠାରେ ଆଉ ଏକ ରାଲି କରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *