ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ଶରଧାବାଲି ଠାରେ ଅନୁଷ୍ଠିତ ହେବ ବିଜେପି ସରକାର ଗଠନର ଶହେ ଦିନ ପୂର୍ତ୍ତି ଉତ୍ସବ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏଥିସହ କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରିମଣ୍ଡଳ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶହେ ଦିନ ଭିତରେ ସମସ୍ତ ପ୍ରତିଶ୍ରୁତି ତଥା ନିର୍ବାଚନୀ ଇସ୍ତାହାର ପୂରଣ କରାଯାଇଥିବାରୁ ଏନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ ବଦ୍ଧ ପରିକର ବୋଲି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯିବ। ଏଥିସହ ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ କିଭଳି କାର୍ଯ୍ୟ କରିବ ସେନେଇ ମଧ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଯିବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ସୁରକ୍ଷା ଦାୟିତ୍ବରେ ରହିବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ।  ଶ୍ରୀମନ୍ଦିରରେ ମଧ୍ୟ ମନ୍ତ୍ରୀ ପରିଷଦ ଏବଂ ସାଂସଦ ମାନେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *