ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗାଁରେ ଦହିବରା ଖାଇ ୪ ଜଣ ସ୍କୁଲ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରୀ ମାନଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀମାନେ ଟ୍ୟୁ Aସନକୁ ଗଲା ବେଳେ ଗାଁରେ ବିକ୍ରି ହେଉଥିବା ଦହିବରା ଖାଇ ଅସୁସ୍ଥ ଅନୁଭବ କରିବା ସହିତ ବାନ୍ତି କରିଥିଲେ। ଏପରିକି ୪ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା। ଅସୁସ୍ଥ ଛାତ୍ରୀ ମାନଙ୍କ ମଧ୍ୟରୁ ୩ ଜଣ ଦଶମ ଶ୍ରେଣୀ ଓ ଜଣେ ନବମ ଶ୍ରେଣୀର ଛାତ୍ରୀ ହୋଇଥିବା ସୂଚନା। ତେବେ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ମେଡିକାଲର ଡାକ୍ତର ପ୍ରକାଶ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now