ସୁରକ୍ଷାବଳ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଜମ୍ମୁ କଶ୍ମୀରର କୁଲଗାମରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ୩ ଜଣ ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ ସୂଚନା ଦେଇ ଭାରତୀୟ ସେନା କହିଛନ୍ତି, ଏକ ସୁତ୍ରରୁ ଖବର ପାଇବା ପରେ ଆଜି କୁଲଗାମର ଆରିଗାମରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ଦ୍ୱାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନରେ ସମୟରେ ଆତଙ୍କୀମାନେ ଅତର୍କିତ ଗୁଳିଚାଳନା କରିଥିଲେ। ବର୍ତ୍ତମାନ ମଧ୍ୟ ଏହି ଅପରେସନ ଜାରି ରହିଛି । ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଟ୍ବିଟରରେ କୁହାଯାଇଛି ଯେ, କୁଲଗାମର ଆଦିଗମ ଦେବସର ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ସୁରକ୍ଷାକର୍ମୀ ଏବଂ ପୋଲିସ, ସୁରକ୍ଷା ଏଜେନ୍ସି ମଧ୍ୟ ଏହି ଏନକାଉଣ୍ଟରରେ ସାମିଲ ରହିଛନ୍ତି। ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି । ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆତଙ୍କୀ ଜମ୍ମୁ କଶ୍ମୀରରେ ଲଗାତାର ଅଶାନ୍ତି କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ଦେଖି ଘାଟିରେ ଆତଙ୍କୀକୁ ଖୋଜିବା ପାଇଁ ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି । ଶୁକ୍ରବାର ପୋଲିସ ପୁଲଓ୍ୱାମାର ଅବନ୍ତୀପୋରାରେ ଆତଙ୍କୀ ମଡେଲ ଖୁଲାସା କରିଥିଲା । ପୋଲିସ ଜୈସ-ଏ-ମହମ୍ମଦର ୬ ଆତଙ୍କୀ ସହଯୋଗୀକୁ ଗିରଫ କରିଥିଲା । ଏମାନେ ଯୁବକଙ୍କୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଥିଲେ । ଏମାନଙ୍କ ପାଖରୁ ପୋଲିସ ଆଇଡି, ୩୦ ଡେଟୋନେଟର, ବ୍ୟାଟେରୀ, ପିସ୍ତଲ, ୨୫ ରାଉଣ୍ଡ ଗୁଳି, ହ୍ୟାଣ୍ଡ ଗ୍ରିନେଡ, ୨୦ ହଜାର ଟଙ୍କା ଜବତ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *