ଜଣେ ଶ୍ରମିକଙ୍କୁ ୨ କୋଟି ଟଙ୍କାର ଆୟକର ଦାଖଲ ଲାଗି ଆସିଛି ନୋଟିସ୍। ବିହାରର ଗୟାରୁ ଆସିଛି ଏଭଳି ଆଶ୍ଚର୍ଯ୍ୟଚକିତ କଲା ଭଳି ମାମଲା। ସଂପୃକ୍ତ ଶ୍ରମିକ ନିକଟରେ ୨ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ କରିଥିଲେ। ଆଉ ଆୟକର ବିଭାଗ ତାଙ୍କର ଜମାକୁ ୨ କୋଟି ଟଙ୍କା ଦର୍ଶାଇଛି। ପାଟନାର ଆୟକର ବିଭାଗ ପକ୍ଷରୁ ଏଭଳି ନୋଟିସ ପାଇ ଛାନିଆ ଶ୍ରମିକ ଜଣକ। ଗୟା ସହର କୋତଓ୍ୱାଲି ଥାନା ଅନ୍ତର୍ଗତ ନଇ ଗୋଦାମ ମୋହଲ୍ଲା ନିବାସୀ ରାଜୀବ କୁମାର ଶର୍ମା ଜଣେ ଶ୍ରମିକ। ସହରର ପୁରୁଣା ଗୋଦାମରେ ମଜଦୁରୀ କରନ୍ତି। ମାସକୁ ଅତି ବେଶୀରେ ୧୦ରୁ ୧୨ହଜାର ଟଙ୍କା ରୋଜଗାର କରିଥାଆନ୍ତି। ରାଜୀବଙ୍କୁ ୨ କୋଟି ୩ହଜାର ୩୦୮ ଟଙ୍କା ପୈଠ କରିବାକୁ ଆୟକର ବିଭାଗ ନୋଟିସ୍ କରିଛି। ସୂଚନା ମୁତାବକ, ଗୟା କର୍ପୋରେସନ ବ୍ୟାଙ୍କରେ ଜାନୁଆରୀ ୨୨, ୨୦୧୫ରେ ୨ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ କରିଥିଲେ ରାଜୀବ। କିନ୍ତୁ ମ୍ୟାଚୁରୁଟି ଆଗରୁ କୌଣସି କାମ ପାଇଁ ଜମା ଅର୍ଥ ଅଗଷ୍ଟ ୧୬, ୨୦୧୬ରେ ଉଠାଇଥିଲେ। ଯେବେ ଆୟକର ଅଫିସକୁ ଏକଥା ପଚାରିବାକୁ ରାଜୀବ ଗଲେ, ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେନି ଆୟକର ଅଧିକାରୀ। ପାଲଟା ଅପିଲରେ ଯାଆନ୍ତୁ କହି ଫେରାଇ ଦେଇଛନ୍ତି। ଯଦି ନୋଟିସ ଭୁଲରେ ଯାଇଥିବ, ତେବେ ତାକୁ ବୈଷୟିକ ତୃଟି ଲାଗି ହୋଇପାରେ ବୋଲି କୁହାଗଲା। ନୋଟିସରେ ଆୟକର ବିଭାଗ କହିଥିଲା ଯେ, ଦୁଇ ଦିନ ଭିତରେ ୬୭ଲକ୍ଷ ଟଙ୍କାର ଫାଇନ୍ ଜମା କରିବାକୁ ପଡ଼ିବ। ଏମିତିରେ ୧୦ହଜାର ଟଙ୍କା ରୋଜଗାର କରୁଥିବା ରାଜୀବ ଆୟକର ଦାଖଲ କେଉଁଠୁ କରିବେ ବୋଲି ପ୍ରଶ୍ନ ଉଠିଛି। ଆଉ ନୋଟିସ ତ ବହୁ ଦୂରର କଥା।
Naxatra News is now on Whatsapp
Join and get latest news update delivered to you via whatsapp
Join Now