କଣ୍ଟା ସାଜିଛି ଆଧାର ଲିଙ୍କ୍

ନିଅଣ୍ଟିଆ ପରିବାରକୁ ଦିବ୍ୟାଙ୍ଗ ପୁଅ । ଖଟିଲେ ଖାଇବେ ନହେଲେ ଉପାସ ରହିବା ଥୟ । ବେଗୁନିଆ କୋଟପଲ୍ଲାରେ ଥିବା ଭରତ ସ୍ୱାଇଁ ଓ ବବି ସ୍ୱାଇଁଙ୍କ ଘରେ ଆର୍ଥୀକ ଦୁଃସ୍ଥିତି ଲାଗି ରହିଥିବା ବେଳେ ସରକାରୀ ସହାୟତା ପାଇଁ ବାଧକ ସାଜିଛି ଆଧାର କାର୍ଡ। ଏକମାତ୍ର ପୁଅର ସେବା କରି କରି ବିତିଲାଣି ୨୮ ବର୍ଷ । ହେଲେ ଆହା କରିବାକୁ କେହିନାହିଁ । ସମସ୍ତଙ୍କୁ ଦେଉଛ ହେଲେ ଆମ ପାଇଁ କାହିଁକି କିଛି ନାହିଁ ବୋଲି କୋହଭରା କଣ୍ଠରେ ପଚାରିଛନ୍ତି ଏହି ପରିବାର ।

୨୮ବର୍ଷ ଧରି ନିରନ୍ତର ସେବା କରି ଚାଲିଛନ୍ତି ଜଣେ ମାଆ । ଦିନେ ନୁହେଁ କି ମାସେ ନୁହେଁ ଜନ୍ମ ହେବା ପର ଠାରୁ ବର୍ଷ ବର୍ଷ ଧରି ଘରେ ଏମିତି ତଳେ ପଡି ରହିଛି ଏକମାତ୍ର ପୁଅ। ବୟସ ଦୃଷ୍ଟିରୁ ଯୁବାବସ୍ଥାରେ ପହଞ୍ଚିଥିବା ପୁଅକୁ ଗାଧେଇ ଦେବା,ଖୁଆଇଦେବା,ନିତ୍ୟ କର୍ମ ପାଇଁ ନେବା ଆଣିବା କରିବା ଭଳି କାମ କରି କରି ନିଜ କଥା ଭୁଲି ଯାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୋଟପଲ୍ଲା ଗ୍ରାମର ମାଆ ବବି ସ୍ୱାଇଁ । ବାର୍ଦ୍ଧକ୍ୟରେ ପୁଅ ତାଙ୍କର ସାହାରା ହୋଇ ପାରିବନି ଏ କଥା ଜାଣି ମଧ୍ୟ ଦିନେ ଅବହେଳା କରି ନାହାଁନ୍ତି। ଅନ୍ୟପଟେ ସ୍ୱାମୀ ଭରତ ସ୍ୱାଇଁ ଜଣେ ଦିନ ମଜୁରିଆ। ଖଟିଲେ ପରିବାରକୁ ଦୁଇ ମୁଠା ଖାଦ୍ୟ ମିଳିବନହେଲେ ନାହିଁ । ୩୦ ବର୍ଷର ବୈବାହିକ ଜୀବନ ଭିନ୍ନକ୍ଷମ ସନ୍ତାନା ଅବସ୍ତା ଦେଖି ଏକରକମ ଯନ୍ତ୍ରଣାରେ ହିଁ କଟୁଛି ।

ଜନ୍ମରୁ ପୁଅ ଭିନ୍ନକ୍ଷମ । କିନ୍ତୁ ବାପା ମା’ ଭାବିଥିଲେ ଡାକ୍ତରୀ ଚିକିତ୍ସାରେ ପୁଅ ସୁସ୍ଥ ହୋଇ ଚଳପ୍ରଚଳ କରିବ। କିନ୍ତୁ ସେ ଆଶା ମଉଳିଗଲା ।ଉଭୟ ଶାରୀରିକ ଓ ମାନସିକ ଭାବେ ସେ ଅସୁସ୍ଥ ଆଉ କିଛି ବଦଳିବ ନାହିଁ ବୋଳି ସମୟ ସହଜାରିଲେ । ସରକାରଙ୍କ ଠାରୁ ପୁଅକୁ ଶତ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିଛି। ତେବେ ଆଧାର ପରିଚୟପତ୍ର ନଥିବାରୁ କୌଣସି ସରକାରୀ ଯୋଜନାର ହିତାଧିକାରୀ ହୋଇନି ତାଙ୍କ ପୁଅ। ପୂର୍ବରୁ ରାସନ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ମିଳୁଥିଲା କିନ୍ତୁ ଆଧାର ଲିଙ୍କ ନିୟମ ପରେ ସେ ସୁବିଧା ଆଉ ମିଳୁନି । ତେବେ ଏ ନେଇ ସ୍ଥାନୀୟ ବି.ଡ଼ି.ଓ ଆଶ୍ୱାସନା ତ ଦେଇଛନ୍ତି କିନ୍ତୁ କେବେ କାର୍ଯ୍ୟକାରୀ ହେଉଛି ସମୟକୁ ଅପେକ୍ଷା । ।

ସରକାରୀ ଯୋଜନାର ଲାଭ କିଭଳି ଉପଯୁକ୍ତ ହିତାଧିକାରୀଙ୍କ ପାଖେ ପହଞ୍ଚିବ ସେଥିପାଇଁ ସବୁ ସ୍ତରରେ ଉଦ୍ୟମ ହେଉଥିବା କୁହାଯାଉଛି । କୌଣସି ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଯେଭଳି ପ୍ରଭାବିତ ନହେବ ସେ କଥା ମଧ୍ୟ ସୁପ୍ରିମକୋର୍ଟ କହି ସାରିଛନ୍ତି । କିନ୍ତୁ ଏ ପରିବାରର ଦୁଃଖ କିଭଳି ପ୍ରଶାସନର ଦୃଷ୍ଟିକୁ ଆସୁନାହିଁ ତାହା ଚିନ୍ତାର ବିଷୟ ।

ବେଗୁନିଆରୁ ସଞ୍ଜିତ ସେଠୀଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *