୫ହଜାର କୋଟି ଟଙ୍କାର ଡ୍ରଗ୍ସ କାରବାର- କିଙ୍ଗପିନର କଂଗ୍ରେସ କନେକ୍ସନ!

ଦିଲ୍ଲୀ ପୁଲିସ ୫ହଜାର୫ଶହ କୋଟି ଟଙ୍କାର ଡ୍ରଗ୍ସ କାରବାରରେ କଂଗ୍ରେସ ନେତାଙ୍କୁ ଗିରଫ କଲା। ଗିରଫ ବ୍ୟକ୍ତି ହେଲେ ଦିଲ୍ଲୀ ଯୁବ କଂଗ୍ରେସର ପଦାଧିକାରୀ ତୁଷାର ଗୋଏଲ ଓରଫ୍ ଡିକ୍କି। ତୁଷାରଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ ଜଣାପଡ଼ିଛି ଯେ, ସେ ହରିଆଣାର ପ୍ରଭାବଶାଳୀ କଂଗ୍ରେସ ନେତା ତଥା ସାଂସଦ ଦୀପେନ୍ଦ୍ର ହୁଡ୍ଡାଙ୍କ ଖାସ୍ ଅନୁଗତ ଅଟନ୍ତି। ମାର୍ଚ୍ଚ ୨୪, ୨୦୨୨ରେ ତୁଷାରଙ୍କୁ ଦିଲ୍ଲୀ ଯୁବ କଂଗ୍ରେସର ଆରଟିଆଇ ସେଲ୍‌ର ଅଧ୍ୟକ୍ଷ କରାଯାଇଥିଲା। ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟରେ ତୁଷାରଙ୍କ ସଂପୃକ୍ତିର ପ୍ରମାଣ ପାଇଛି ପୁଲିସ। ଦିଲ୍ଲୀ ପୁଲିସ ୫ହଜାର କୋଟି ଟଙ୍କାର ଉର୍ଦ୍ଧ୍ୱ ଡ୍ରଗ୍ସ ଜବତ କରିଥିଲା। ଦକ୍ଷିଣ ଦିଲ୍ଲୀରେ ରେଡ୍ ବେଳେ ୪ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ତୁଷାର ଗୋଏଲ, ହିମାଂଶୁ କୁମାର, ଔରଙ୍ଗଜେବ୍ ସିଦ୍ଦିକି ଓ ଭରତ କୁମାର ଜୈନ। ଆଉ ତଦନ୍ତ କରୁ କରୁ ମାଷ୍ଟରମାଇଣ୍ଡ୍ ତଥା କିଙ୍ଗପିନ୍ ତୁଷାରଙ୍କ କଂଗ୍ରେସ କନେକ୍ସନ ପଦାକୁ ଆସିଛି। ବିଜେପି କହିଛି, ରାହୁଲଙ୍କ ମହବତ କି ଦୋକାନରେ ନିଶାର ସାମଗ୍ରୀ ବି ମିଳିଲାଣି। ଆଉ କଂଗ୍ରେସ କହିଛି, ତୁଷାରଙ୍କୁ ଦୁଇ ବର୍ଷ ପୂର୍ବରୁ ହିଁ ଦଳ ବହିଷ୍କାର କରିସାରିଛି। ଦିଲ୍ଲୀ ପୁଲିସର ଏହା ସବୁଠୁ ବଡ଼ ଡ୍ରଗ୍ସ ଧରପଗଡ଼ ବୋଲି କୁହାଯାଉଛି। ଉପା ଶାସନ ଅମଳରେ ୨୦୦୬ରୁ ୨୦୧୩ ଯାଏଁ ୭୬୮ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା। ୨୦୨୪ରୁ ୨୦୨୨ ଯାଏ ବିଜେପି ସରକାର ଅମଳରେ ୨୨ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଦିଲ୍ଲୀ ପୁଲିସ ୫୬୦ କିଲୋର କୋକେନ୍ ଓ ୪୦ କିଲୋର ହାଇଡ୍ରୋପୋନିକ୍ ମାରିଜୁଏନା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୫ହଜାର୬୨୦ କୋଟି ଟଙ୍କା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *