ଉତ୍ତରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା : ୧୦ ଶ୍ରମିକଙ୍କ ମୃତ୍ୟୁ

ଉତ୍ତରପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ ଏବଂ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି। ଫଳରେ ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିର୍ଜାପୁର ଅନ୍ତର୍ଗତ କଛଓ୍ବା ଥାନାର କଟକା ପଡ଼ାଓ୍ବ ନିକଟରେ ଏହି ଦୁର୍ଘଟଣା ଘଟିଛି। ସେମାନଙ୍କୁ ବାରାଣସୀସ୍ଥିତ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ନିଆଯାଇଛି। ସୂଚନା ଅନୁସାରେ ୧୩ ଜଣ ଶ୍ରମିକଙ୍କୁ ନେଇ ଏକ ଟ୍ରାକ୍ଟର ଯାଉଥିଲା। ଏକ କାମରେ ନିୟୋଜିତ ଥିବା ଏହି ଶ୍ରମିକମାନେ ନିଜ ଘରକୁ ଫେରୁଥିବା ସମୟରେ ସାମ୍ନା ପଟୁ ଏକ ଟ୍ରକ ଉକ୍ତ ଟ୍ରାକ୍ଟରକୁ ପିଟିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *