ବେଆଇନ ବାଣକୁ ଜବତ କଲା ପୋଲିସ

କଟକ ଜିଲ୍ଲା କମିଶନ ନଗର ଥାନା ରଟିଲୋ ଗାଁର ଜ୍ୟୋତି ପାତ୍ରଙ୍କ ଘରୁ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ବେଆଇନ ବାଣ ଜବତ। କୌଣସି ସୂତ୍ରରୁ ଖବର ପାଇ ସାଲେପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଅତର୍କିତ ଭାବେ ଚଢ଼ାଉ କରି ବହୁ ପରିମାଣର ବାଣ ଜବତ କରିବା ସହ ଘର ମାଲିକକୁ ଗିରଫ କରିଛନ୍ତି। ଜବତ ବେଆଇନ ଭାବେ ଗଚ୍ଛିତ ବାଣକୁ ଅଧିତ ତଦନ୍ତ କରାଯିବ ବୋଲି ସାଲେପୁର ଏସଡିପିଓ କହିଛନ୍ତି। ଏହା ସହ ବିଗତ ଦୁଇବର୍ଷ ହେବ ବିନା ଅନୁମତିରେ ଏଭଳି ବେଆଇନ ବାଣ କାରବାର ଏଠାରେ  ଚାଲୁଥିବା ଜଣାପଡିଛି ବୋଲି ମଧ୍ୟ ସେ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *