ଗତକାଲି କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏକ ଦଳିତ ଦମ୍ପତିଙ୍କ ସହ ଏକାଠି ଭୋଜନ କରୁଥିବାର ନଜର ଆସିଛନ୍ତି। ରାହୁଲ ଗାନ୍ଧୀ ଗତକାଲି ମହାରାଷ୍ଟ୍ରର କ୍ଲୋହାପୁର ସହରରେ ରହୁଥିବା ଦଳିତ ଦମ୍ପତି ଅଜୟ ତୁକାରାମ ସାନାଦେ ଏବଂ ପତ୍ନୀ ଅଞ୍ଜନା ତୁକାରାମ ସାନାଦେ ଙ୍କ ଘରକୁ ଯାଇଥିଲେ। ଯେଉଁଠି ରାହୁଲ ଗାନ୍ଧୀ ତାଙ୍କ ସହ କିଛି ସମୟ ଅତିବାହିତ କରିବା ସହ ରୋଷେଇ ପ୍ରସ୍ତୁତିରେ ମଧ୍ୟ ସହଯୋଗ କରିଥିଲେ।
ଏହି ବିଷୟରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ନିଜର ଅଭିଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଖୁବ୍ କମ୍ ଲୋକ ଦଳିତମାନଙ୍କ ଖାଦ୍ୟ ବିଷୟରେ ଜାଣିଛନ୍ତି ଯେମିତିକି ଶାହୁ ପାଟୋଲ କହିଥିଲେ”। ଆହୁରି ମଧ୍ୟ ସେ କହିଛନ୍ତି କି ସେ ତାଙ୍କ ଖାଦ୍ୟ ବିଷୟରେ ଜାଣିବାକୁ ଉତ୍କଣ୍ଠା ପ୍ରକାଶ କରିଥିଲେ। ସେମାନେ କେମିତି କଣ ଖାଉଛନ୍ତି କେମିତି ରୋଷେଇ କରୁଛନ୍ତି, ତାଙ୍କ ଖାଦ୍ୟର ସାମାଜିକ ଓ ରାଜନୈତିକ ମହତ୍ୱ କଣ ତାହା ଜାଣିବା ପାଇଁ ସେ ଅପରାହ୍ନ ସମୟଟା ତାଙ୍କ ସହ ଅତିବାହିତ କରିଥିଲେ। ଦମ୍ପତି ତାଙ୍କୁ ସ୍ନମାନ ସହ ଘରକୁ ଡାକି ତାଙ୍କ କାର୍ଯ୍ୟରେ ସହଭାଗିତା କରିଥିବାରୁ ସେ ବହୁତ ଖୁସି ଅନୁଭବ କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ସହ ମିଶି ଚଣା ଶାଗ ଓ ବାଇଗଣ ମିଶ୍ରିତ ଉଡର ଡାଲି ବନେଇଥିଲେ। ତାପରେ ସେମାନେ ପାଟୋଲେ ଏବଂ ସାନାଦେ ପରିବାରର ବ୍ୟକ୍ତିଗତ ଅନୁଭୂତି, ଜାତି ତଥା ଭେଦଭାବ ବିଷୟରେ କଥା ହୋଇ ମିଶିକି ଖାଇଥିଲେ। ଆହୁରି ମଧ୍ୟ ସେ କହିଛନ୍ତି କି ସମାଜରେ ସମସ୍ତଙ୍କର ପ୍ରକୃତ ଅନ୍ତର୍ଭୂକ୍ତ ଏବଂ ସମାନତା ସମ୍ଭବ ହେବ ଯେତେବେଳେ ପ୍ରତ୍ୟେକ ଭାରତୀୟ ନିଜ ହୃଦୟରେ ଭାଇଚାରା ଭାବନା ସହିତ ଉଦ୍ୟମ କରିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now