ମିଛମରଣ ର ଷଡଯନ୍ତ୍ର ରଚିଥିଲେ ମହିଳା

ୟୁପିର ଗୋଣ୍ଡାରୁ ଜଣେ ବିବାହିତ ମହିଳା କବିତା ୩ ବର୍ଷ ତଳେ କୁଆଡ଼େ ହଜିଯାଇଥିଲେ। ଝିଅକୁ ହତ୍ୟା କରି କୁଆଡ଼େ ଫିଙ୍ଗିଦେଇଛନ୍ତି କହି ବାପ ଘର ଆରୋପ ଲଦିଥିଲେ। ଝିଅ କୁଆଡ଼େ ଯାଇଛି ସେମାନେ ବିଲକୁଲ ଜାଣିନାହାନ୍ତି ବୋଲି ଯେତେ କହିଲେ ବି ଶ୍ୱଶୁରଘର ଲୋକଙ୍କ କଥାକୁ କେହି ବିଶ୍ୱାସ କଲେନି। ପରସ୍ପର ଉପରେ ଅପହରଣ ଓ ହତ୍ୟାର ଆରୋପ ଲଦିଥିଲେ। ଶେଷରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା। କିନ୍ତୁ ପୁଲିସ କବିତାଙ୍କର କୌଣସି ପତ୍ତା ପାଇନଥିଲା। ପୁଲିସର ଅବହେଳାକୁ ନେଇ ପରିବାର ଲୋକେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ନିଜର ତଲାସୀ ଅଭିଯାନକୁ ଜୋରଦାର କରିଥିଲା। ଆଉ ପୁଲିସକୁ କବିତାଙ୍କର ସୁରାକ୍ ଫେସବୁକରୁ ମିଳିଥିଲା। ଲକ୍ଷ୍ନୌରେ ନିଜର ପ୍ରେମିକ ସହ ହସଖୁସିରେ ରହୁଥିବା ଖବର ପାଇଥିଲା ପୁଲିସ। ତେବେ ଖବର ପାଇ କବିତାଙ୍କୁ ଗିରଫ କରିବା ପାଇଁ ସେଠାକୁ ଯାଇଥିଲା ପୁଲିସ।

କବିତା ଏତେ ଧୂର୍ତ୍ତ ଥିଲେ ଯେ, ନିଜ ବାପା ମାଙ୍କ ସମେତ ଶ୍ୱଶୁରାଳୟରେ ବିଶ୍ୱାସ ଜନ୍ଣାଇବାକୁ ସଫଳ ହୋଇଥିଲେ ଯେ, ସେ ମରିସାରିଛନ୍ତି ନଚେତ୍ କେହି ତାଙ୍କୁ ଅପହରଣ କରିନେଇଛି। ପୁଲିସକୁ କବିତାଙ୍କ ଫେସବୁକ୍ ଆକାଉଣ୍ଟ ମିଳିଥିଲା। ଯାହାକୁ ଭୁଲ୍ ନାଁରେ ଓ ଠିକଣାରେ କେହି ଚଳାଉଥିବା ଜଣାପଡ଼ିଥିଲା। ଏହାର ଗତିବିଧି ଜାଣିବାକୁ ସାଇବର ସେଲକୁ ଅବଗତ କରାଯାଇଥିଲା। କବିତା ଫେକ୍ ନାଁରେ ନିଜର ଗୋଟେ ଆଇଡି ଖୋଲିଥିଲେ। ଆଉ ସମୟକ୍ରମେ ଅପଡେଟ୍ କରୁଥିଲେ। ପୁଲିସ ଅନ୍ଧାରରେ ବାଡ଼ି ବୁଲାଉ ବୁଲାଉ କବିତାଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଯାଇଥିଲା। ଯଦିଓ ପୁଲିସ କବିତାଙ୍କୁ ଖୋଜିବାକୁ ଅନେକ ମାନବୀୟ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିଥିଲା। ଗୁଇନ୍ଦାର ବି ସହଯୋଗ ନେଇଥିଲା। ହେଲେ ସଫଳ ହୋଇନଥିଲା। କବିତା ନଭେମ୍ୱର ୧୭,୨୦୧୭ରେ ଗୋଣ୍ଡାର ଦାଦୁହା ବଜାରର ବିନୟ କୁମାରଙ୍କ ସହ ବିବାହ କରିଥିଲେ। ମେ ୫, ୨୦୨୧ରେ ନିଖୋଜ ହୋଇଯାଇଥିଲେ। କବିତାଙ୍କ ବାପା ମାଆ ହତ୍ୟା ଆରୋପ ଲଦିବା ପରେ ତାଙ୍କ ସ୍ୱାମୀ, ଦିଅର, ଶାଶୁ ଓ ନଣନ୍ଦଙ୍କ ବିରୁଦ୍ଧରେ କୋତଓ୍ୱାଲି ନଗର ଥାନାରେ ଏତଲା ହୋଇଥିଲା। କବିତାଙ୍କୁ ଠାବ କରିବାରେ ପୁଲିସ ଫେଲ୍ ମାରିବାରୁ କବିତାଙ୍କ ସ୍ୱାମୀ ବିନୟ କୁମାର ଡିସେମ୍ୱର ୨୦୨୨ରେ କବିତାଙ୍କ ଭାଇ ଅଖିଳେଶଙ୍କ ସମେତ ୬ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ଆରୋପ ଲଦିଥିଲେ କି, ଏମାନେ ମିଶିକି ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇଛନ୍ତି। ଏହା ପରେ ହାଇକୋର୍ଟ ନିଜ ଆଡ଼ୁ ସଂଜ୍ଞାନ ନେଇ ପୁଲିସକୁ ରିପୋର୍ଟ ତଲବ କରିଥିଲେ। ଆଉ ପୁଲିସ କବିତା ଓ ତାଙ୍କ ପ୍ରେମିକ ସତ୍ୟ ଗୁପ୍ତାଙ୍କୁ ଠାବ କରିବାରେ ସଫଳ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *