ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ

ରତନ ଟାଟାଙ୍କ ପରଲୋକ ପରେ ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ। ରତନଙ୍କ ସାବତ ଭାଇ ହେଉଛନ୍ତି ନୋଏଲ। ମୁମ୍ୱାଇ ବୋର୍ଡ ବୈଠକରେ ସର୍ବସମ୍ମତ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଟାଟା ସମୂହର ଦୁଇଟି ବଡ଼ ମହତ୍ତ୍ୱପୂର୍ଣ୍ଣ ଦାତବ୍ୟ ସଂସ୍ଥା ରତନ ଟାଟା ଟ୍ରଷ୍ଟ ଓ ଦୋରାବଜୀ ଟାଟା ଟ୍ରଷ୍ଟର ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି। ନୋଏଲ ପୂର୍ବରୁ ଟ୍ରଷ୍ଟି ରୂପରେ ସାମିଲ ଥିଲେ। ଟାଟା ଟ୍ରଷ୍ଟର ୧୧ତମ ଅଧ୍ୟକ୍ଷ ଓ ସାର୍ ରତନ ଟାଟା ଟ୍ରଷ୍ଟର ଷଷ୍ଠ ଅଧ୍ୟକ୍ଷ ଭାବେ ସର୍ବସମ୍ମତକ୍ରମେ ଚୟନ ହୋଇଛନ୍ତି ନୋଏଲ। ଟାଟା ଗ୍ରୁପ୍ ସହ ୪ ଦଶନ୍ଧି ଧରି ସାମିଲ ରହିଆସିଛନ୍ତି ନୋଏଲ। ନୋଏଲ ଟାଟା ଷ୍ଟିଲ୍ ଓ ଟାଇଟନ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ରୂପରେ କାର୍ଯ୍ୟ କରୁଥିଲେ। ଏହା ବ୍ୟତୀତ ଟାଟା ଇକୋସିଷ୍ଟମ ସହ ଗଭୀର ସମ୍ପର୍କ ରହିଛି Aତାଙ୍କର। ନୋଏଲଙ୍କୁ ପୂର୍ବରୁ ଟାଟା ସନ୍ସର ଚେୟାରମ୍ୟାନ ଭାବେ ଚୟନ କରାଯାଇଥିଲା। କିନ୍ତୁ ପରେ ଏହି ପଦକୁ ସାଇରସ ମିସ୍ତ୍ରୀଙ୍କୁ ଦିଆଯାଇଥିଲା। ପରେ ମିସ୍ତ୍ରୀ ବିବାଦୀୟ ପରିସ୍ଥିତିରେ ଇସ୍ତଫା ଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *