ରାଜଧାନୀ ରେ ମହିଳାଙ୍କୁ ଅସଦାଚରଣ ର ଅଭିଯୋଗ

ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜଧାନୀରେ ଅସଦାଚରଣ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା । କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୂଟର୍ନ କରିବାକୁ ନେଇ ଦୁଇ ମଦ୍ୟପ ଓ ଡିଆଇଜି ଙ୍କ ମଧ୍ୟରେ ହୋଇଥିଲା ବଚସା । ଉଭୟ ମଦ୍ୟପ ଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଛାତ୍ର ଆଉ ଜଣେ ଚାକିରି କରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣା କିଛି ଏପରି ଥିଲା ଯେ ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଦାସ ଓ ତାଙ୍କ ପତ୍ନୀ କଳିଙ୍ଗ ଷ୍ଟାଡିୟମ୍ ଛକରେ କାର ୟୂଟର୍ଣ କରୁଥିବା ବେଳେ ଟ୍ରାଫିକ ରେ ଦୁଇ ଜଣ ଯୁବକ ତାଙ୍କ ଗାଡ଼ି କୁ ଅବରୋଧ କରିଥିଲେ । ଏହାକୁ ଡିଆଇଜି ବିରୋଧ କରିବାରୁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ମଦ୍ୟପ ଯୁବକ ଅସଭ୍ୟ ଭାଷାରେ ଗାଳି କରିବା ସହ ରାସ୍ତା ଛାଡିନଥିଲେ । ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ । ଅନ୍ୟପଟେ ଏନେଇ ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ କମିଶନର ଏସ ଦେବଦତ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *