ଦାନା ସମୁଦ୍ରରେ ଦାନା ବାନ୍ଧୁଥିବା ବେଳେ ଘରପାଖକୁ ମଇଁଷି ନେଇ ଆସୁଥିବା ବେଳେ ଟୋପଖାଲରୁ ମଇଁଷି ଚରାଲିଙ୍କ ମୃତ ଦେହକୁ ଉଦ୍ଧାର କରିଛି ଓଡରାଫ ଟିମ୍ । ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ୱାର୍ଡ ନମ୍ବର ୩ ଗୋପାଳସାହି ବାସିନ୍ଦା ରାମ ବେହେରାଙ୍କ ସାନ ପୁଅ ବଣୁଆ ବେହେରା ଗତ କାଲିଠାରୁ ମଇଁଷି ଚରାଇ ଯାଇଥିବା ବେଳେ ସନ୍ଧ୍ୟା ପରେ ମଧ୍ୟ ଘରକୁ ଫେରି ନଥିଲେ । ସାହି ବାସିନ୍ଦା ରାତି ତମାମ ଖୋଜାଖୋଜି କରିଥିଲେ ମଧ୍ୟ ବଣୁଆଙ୍କୁ ପାଇନଥିଲେ ।ସକାଳ ସମୟରେ ସ୍ଥାନୀୟ ବୃଦ୍ଧେଶ୍ୱର ମନ୍ଦିର ନିକଟ ଟୋପଖାଲ ନିକଟରେ ସମସ୍ତ ମଇଁଷି ଶୋଇଥିବାର ଖବର ପାଇବାରୁ କିଛି ଅଘଟଣ ସନ୍ଦେହ କରି ଭୁବନ ଦମକଳ ବାହିନୀକୁ ଏନେଇ ଖବର ଦେଇଥିଲେ ବଣୁଆଙ୍କ ପରିବାର ଲୋକେ । ତେବେ ଘଟଣାସ୍ଥଳରେ ଓଡ଼ରାଫ୍ ଟିମ୍ ପହଞ୍ଚି ଟୋପଖାଲ ଭିତରେ ଖୋଜାଖୋଜି କରି ବଣୁଆଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଛି। ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ମନ ସ୍ମିତା ମହାନ୍ତି ଙ୍କ ସୂଚନାରୁ ଜଣାପଡିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now