ରାଜ୍ୟରେ ଧୁମ୍‌ଧାମ୍‌ ରେ ଚାଲିଛି କାଳୀପୂଜା

କାଳୀପୂଜା ପାଇଁ ଚଳଚଞ୍ଚଳ ମା’ଙ୍କ ପୀଠ।ରାଜ୍ୟର ସବୁ ଜାଗାରେ ମା କାଳୀଙ୍କ ଆରାଧନା ଚାଲିଛି। କେତେକ ପ୍ରମୁଖ ସ୍ଥାନ ରହିଛି ଯେଉଁଠି ମାଙ୍କ ପୂଜା ଧିମଧାମରେ ପାଳନ କରାଯାଏ। ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କୁ ଦ୍ୱିତୀୟ ଦିବସରେ ମହାକାଳୀ ବେଶରେ ପୂଜାର୍ଚ୍ଚନା କରାଯାଇଛି। ଅମାବାସ୍ୟା ତିଥି ଠାରୁ ମା ଭଦ୍ରକାଳୀ ଙ୍କୁ ସପ୍ତମାତୃକା ବେଶ ରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଆଜି ମା ଙ୍କୁ ନସାର୍ଦ୍ଧ ରେ ସଜ୍ଜିତ କରି ମହାକାଳୀ ବେଶ ରେ ପୂଜାର୍ଚ୍ଚନା କରାଯାଇଛି । ଏହି ବେଶ ଦର୍ଶନ କଲେ ସମସ୍ତ ପାପ ନାଶ ଦୂର ହୋଇଥାଏ ବୋଲି ବିଶ୍ଵାସ ରହିଛି । ତେବେ ସପ୍ତଦିବସ ବ୍ୟାପୀ ଅନୁଷ୍ଠିତ ହେଉଥିବା ମାଙ୍କ ସପ୍ତମାତୃକା ବେଶ ମଧ୍ୟରୁ ମା ଭଦ୍ରକାଳୀ ଙ୍କ ମହାକାଳୀ ବେଶ ବେଶ ଆକର୍ଷଣୀୟ ହୋଇଥିବା ବେଳେ ପୀଠରେ ମହାଯଜ୍ଞ ସହ ଗୀତା ପାଠ ଅନୁଷ୍ଠିତ ହୋଇଛି।

ସେପଟେ ଯାଜପୁର ରେ ଆଦ୍ୟ କାଳୀ ଭାବେ ପରିଚିତ ସପ୍ତମାତୃକା ପୀଠ ରେ ଗତକାଲି ଠାରୁ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଛି। ବୈତରଣୀ ନଦୀ କୂଳରେ ଥିବା ଏହି ପୀଠ ର ରହିଛି ସ୍ୱତନ୍ତ୍ରତା। ନିଶାର୍ଦ୍ଧ ରେ ମା ଙ୍କ ପୀଠରେ ଶୋଡଷ ଉପଚାର ପୂଜା ସହ ସ୍ଵତନ୍ତ୍ର ପୂଜା କରାଯାଇଥାଏ। ମା ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।  ଏହି ଅବସରରେ  ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପହଞ୍ଚି ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଆଶ୍ରୀବାଦ ଭିକ୍ଷା କରିଥିଲେ। ଏହି ଅବସରରେ  ଭକ୍ତ ଙ୍କ ପାଇଁ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା।

ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମାଆ କାଳୀ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ହେଲେ ଏଭଳି ଏକ ପୂଜା ମଣ୍ଡପ ଅଛି ଯେଉଁଠି ମାଆ କାଳୀଙ୍କ ପୂଜାରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକମାନେ ସାମିଲ ହୁଅନ୍ତି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଳିଗାଁରେ ଦେଖିବାକୁ ମିଳେ ଏହି ମଣ୍ଡପ। ଏଇଠି ମାଆ ଉଭୟ ସଂପ୍ରଦାୟର ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦିଅନ୍ତି। କାହିଁ କେଉଁ ସମୟରୁ ଉଭୟ ସଂପ୍ରଦାୟ ଲୋକମାନେ ଏହି ପୂଜା ପାଇଁ ସମୟ , ଶ୍ରମ ଓ ଆର୍ଥିକ ସହାୟତା ଦେଇ ଏଭଳି ଆୟୋଜନ କରିଥାନ୍ତି। ସେମାନେ ଏଭଳି କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *