କ୍ୟାରିଅର ଜଗିବା ଭୟରେ ନିରୀହ ଅଭିଯୁକ୍ତଙ୍କୁ ସଜା ଦିଆଯାଉଛି: ଆହ୍ଲାବାଦ ହାଇକୋର୍ଟ

ନିଜ କ୍ୟାରିଅରର ଭବିଷ୍ୟତ ଲାଗି ଅଧିକାଂଶ ଟ୍ରାଏଲ କୋର୍ଟର ବିଚାରପତି ଅଭିଯୁକ୍ତଙ୍କୁ ସଜା ଦେଉଛନ୍ତି। କାଳେ ହାଇକୋର୍ଟରୁ ଭର୍ତ୍ସନା ଶୁଣିବାକୁ ପଡ଼ିବ, ସେ ଭୟ ଘାରିଛି। ଅଭିଯୁକ୍ତଙ୍କୁ ଖଲାସ କରିବାକୁ କ୍ଲିଅର କଟ୍ ମାମଲା ସତ୍ତ୍ୱେ ଅଧିକାଂଶ ଟ୍ରାଏଲ କୋର୍ଟ ବିଚାରପତି ଏହାକୁ ପାଳନ କରୁନାହାନ୍ତି। ଏଭଳି ହୃଦବୋଧ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ନିଜର ବ୍ୟକ୍ତିଗତ ଭାବମୂର୍ତ୍ତି ଓ କ୍ୟାରିଅର ପ୍ରୋସପେକ୍ଚକୁ ଅମଳିନ କରିବାକୁ ଯାଇ ଏଭଳି ରାୟ ଦେଉଥିବା କହିଛନ୍ତି ହାଇକୋର୍ଟ। ଆହ୍ଲାବାଦ ହାଇକୋର୍ଟର ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ସିଦ୍ଧାର୍ଥ ଓ ଜଷ୍ଟିସ୍ ସୟେଦ କୁମାପ ହାସନ ରିଜଭି ଏଭଳି ହୃଦବୋଧ କରି ଟିପ୍ପଣୀ କରିଛନ୍ତି। ବିଚାରାଧୀନ ବନ୍ଦୀ ଯିଏ ଭୁଲ୍ କ୍ରମେ ସଜ୍ଜା ପାଇଛନ୍ତି। କିନ୍ତୁ ଦୀର୍ଘବର୍ଷ ପରେ ଖଲାସ ହେଉଛନ୍ତି। କିନ୍ତୁ ଜେଲରୁ ମୁକୁଳିବା ପରେ ସମାଜ କି ପରିବାର ତାକୁ ଗ୍ରହଣ କରୁନାହାନ୍ତି। ଏଥିଲାଗି ସରକାର ସେମାନଙ୍କ ଲାଗି ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ବୋଲି ମତ ରଖିଛନ୍ତି ଦୁଇ ବିଚାରପତି। ଏହା ସହ ବିଚାର ପ୍ରକ୍ରିୟା ବି ଏ କ୍ଷେତ୍ରରେ ସ୍ୱଳ୍ପ କଷ୍ଟ ଉଠାଇ ଏଥିରେ ସଂଶୋଧନ କରିବା ଜରୁରୀ ବୋଲି ମଧ୍ୟ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *