ପୁଣିଥରେ ରାଗିଙ୍ଗ୍: ସିନିୟରଙ୍କ ମାଡରେ ଆହାତ ହେଲେ ଦ୍ବିତୀୟ ବର୍ଷର ଛାତ୍ର

ପୁଣିଥରେ ସିନିୟରଙ୍କ ରାଗିଙ୍ଗ୍ ର ଶିକାର ହେଲେ ଜୁନିୟର। ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟିଛି କେନ୍ଦୁଝର ସରକାରୀ ଇଞ୍ଜିନିୟଂରି ଡିଗ୍ରୀ କଲେଜରେ। ଜଣେ ତୃତୀୟ ବର୍ଷର ଛାତ୍ରଙ୍କ ମାଡରେ ଗୁରୁତର ଭାବେ ଆହତ ହୋଇଥିଲେ ଦ୍ବିତୀୟ ବର୍ଷର ମାଇନିଂ ଇଞ୍ଜିନିୟରିଂ ଛାତ୍ର। ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ଲୁହା ରଡରେ ପିଟିଲେ ସିନିୟର ଛାତ୍ର। ଯାହାଫଳରେ ଜୁନିୟର ଜଣଙ୍କ ଗୁରୁତର ଭାବରେ ଆହାତ ହୋଇଥିଲେ। ଆହାତ ଛାତ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଏନେଇ ପୀଡିତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଛାତ୍ରଜଣଙ୍କ ପୂର୍ବରୁ ରାଗିଙ୍ଗ୍ ର ଶିକାର ହୋଇଥିଲେ ଏବଂ ଏନେଇ କଲେଜ କର୍ତ୍ତୁପକ୍ଷଙ୍କୁ ଅବଗତ ମଧ୍ୟ କରାଯାଇଥିଲା। କିନ୍ତୁ କଲେଜ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନନେଇ କେବଳ ଚେତାବନୀ ଦେଇ ଛାଡି ଦେଇଥିଲେ। ଯଦି କୌଣସି ପଦକ୍ଷେପ ନେଇଥାନ୍ତେ ତାହାଲେ ଏଭଳି ହୋଇନଥାନ୍ତା। ତାଙ୍କର ନିରବତା ପାଇଁ ଏଭଳି ଘଟିଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *