ଚାର୍ଜ କରିବା ବେଳେ ଫାଟିଲା ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ । ମହିଳା ଜଣକ ରାତିରେ ଶୋଇବା ବେଳେ ଚାର୍ଜିଂରେ ଫୋନ ଲଗାଇଥିଲେ । ହେଲେ ହଠାତ୍ ଫୋନରେ ନିଆଁ ଲାଗିଯାଇଥିଲା । ଚୀନରେ ଜଣେ ମହିଳାଙ୍କ ସହ ଏକ ଭୟଙ୍କର ଘଟଣା ଘଟିଛି ।ଖବର ମୁତାବକ, ଚୀନରେ ମହିଳା ଜଣକ ଫୋନକୁ ଚାର୍ଜରେ ଲଗାଇଥିଲେ । ଶୋଇବା ପୂର୍ବରୁ ମହିଳା ଜଣକ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସକୁ ଚାର୍ଜରେ ଲଗାଇଥିଲେ । ସକାଳ ପ୍ରାୟ ସାଢ଼େ ୩ଟା ବେଳେ ହଠାତ୍ ଫୋନରେ ନିଆଁ ଲାଗିଯାଇଥିଲା । ଶୋଇବା ସମୟରେ ତାଙ୍କ ହାତ ନିଆଁକୁ ଛୁଇଁଥିଲା, ଯେଉଁ କାରଣରୁ ଉଭୟ ପାପୁଲି ଏବଂ ପିଠି ଜଳି ଯାଇଛି । ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ରୁମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ କମ୍ବଳ ସଂପୂର୍ଣ୍ଣ ଜଳି ଯାଇଥିଲା ଏବଂ ରୁମର କାନ୍ଥ କଳା ହୋଇଯାଇଥିଲା । ତେବେ ମହିଳା ୨୦୨୨ ମସିହାରେ ଏହି ଫୋନ୍ କିଣିଥିଲେ ।ଆପଲ୍ କମ୍ପାନୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । ଫୋନର ୱାରେଣ୍ଟି ଶେଷ ହୋଇଥିଲେ ଗମ୍ଭୀରତାର ସହ ନେଇଛି କମ୍ପାନୀ । ଆପଲ୍ କହିଛି ଯେ ଲୋକଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now