ସଲମାନଙ୍କ ପରେ ଏବେ ପାଳି ଶାହରୁଖ ଖାନଙ୍କର। ବଲିଉଡର କିଙ୍ଗ୍ ଏବଂ ବାଦଶାହା ବୋଲାଉଥିବା ଶାହାରୁଖ ଖାନଙ୍କୁ ଆସିଛି ହତ୍ୟା ଧମକ। ବଲିଉଡରେ ଏବେ ଏହି ଖବର ହଇଚଇ ସୃଷ୍ଟି କରିଛି। ପ୍ରଥମେ ସଲମାନ ଖାନ ଏବେ ଶାହରୁଖ ଖାନ ହତ୍ୟା ଧମକର ଶିକାର ହୋଇଛନ୍ତି। ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ଆସିଥିଲା ହତ୍ୟା ଧମକ। ତେବେ ଯିଏ ବାବା ସିଦ୍ଦିକିଙ୍କ ଘନିଷ୍ଠ ସେମାନେ ହି ଏହାର ଶିକାର ହେବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ତେବେ ମୁମ୍ବାଇ ପୋଲିସକୁ ଆସିଥିବା ଏକ ଫୋନ କଲ ମାଧ୍ୟମରେ ସିଧାସଳଖ ହତ୍ୟା ଧମକ ଦେଇଛି ଅଭିଯୁକ୍ତ।
ନଭେମ୍ବର ୨ ତାରିଖରେ ଥିଲା ଶାହାରୁଖ ଖାନ ଜନ୍ମଦିନ ଯାହା ସେ ବାବା ସିଦ୍ଦିକିଙ୍କ ମୃତ୍ୟୁ ଦୁଃଖରେ ପାଳନ କରିନଥିଲେ। ଯାହାଫଳରେ ମନତ ଏଥର ଜନଶୂନ୍ୟ ଦେଖିବାକୁ ମିଳିଥିଲା। ନଭେମ୍ବର ୫ ତାରିଖରେ ମୁମ୍ବାଇର ବାନ୍ଦ୍ରା ଥାନାକୁ ଆସିଥିଲା ଏକ ଫୋନ କଲ। ଯେଉଁଥିରେ ଦୁର୍ବୃତ୍ତ ଜଣଙ୍କ କହିଥିଲା କି, ସେ ଶାହାରୁଖ ଖାନଙ୍କ ମୁମ୍ବାଇ ସ୍ଥିତ ଘର ମନତ ସାମ୍ନାରେ ଛିଡା ହୋଇଛି। ଯଦି ତାକୁ ୫୦ ଲକ୍ଷ ଟଙ୍କା ନମିଳେ ତେବେ ସେ ଶାହରୁଖ ଖାନଙ୍କୁ ହତ୍ୟା କରିବ। ତେବେ ଏହି ଫୋନ କଲ ପରେ ମୁମ୍ବାଇ ପୋଲିସ କଲଟିକୁ ଟ୍ରାକ କରିଛି ଏବଂ କଲଟି ରାୟପୁର ରୁ ଆସିଛି ବୋଲି ଜଣାପଡିଛି।
ସେଠାରେ ପହଞ୍ଚି ପୋଲିସ ଯେଉଁ ଫୋନରୁ ଧମକ ଆସିଥିଲା ସେ ଫୋନ ର ମାଲିକ ମହମ୍ମଦ ଫୈୟାଜ୍ ଙ୍କୁ ନିଜ ଅଧିନରେ ନେଇ ପଚରାଉଚରା ଜାରି କରିବା ବେଳେ ନୂଆ ଘଟଣା ସାମ୍ନାକୁ ଆସିଛି। ସେ କହିଛନ୍ତି କି ନଭେମ୍ବର ୨ ଅର୍ଥାତ ଶାହାରୁଖ ଖାନ ଙ୍କ ଜନ୍ମଦିନ ଦିନ ତାଙ୍କ ଫୋନଟି ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଏତଲା ମଧ୍ୟ କରିଥିଲେ। ହେଲେ କିଛି ବିଶେଷ ସୂତ୍ରରୁ ଜଣାପଡିଛି ଯେ, ମହମ୍ମଦ ଫୈୟାଜଙ୍କର ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଲିଙ୍କ୍ ରହିଛି। ୧୯୯୪ ମସିହାରେ ଶାହାରୁଖ ଖାନଙ୍କ ଅଜାମ୍ ଫ୍ଲିମରେ ହରିଣ ଶିକାର ଦୃଶ୍ୟ ନେଇ ମହମ୍ମଦ ଶାହାରୁଖ ଖାନଙ୍କ ଉପରେ ଖପ୍ପା ଥିବାବେଳେ ଏନେଇ ସେ ଶାହାରୁଖ ଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେବେ ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଉଭୟ ଖାନଙ୍କ ସୁରକ୍ଷା ପାଇଁ Y+ କ୍ୟାଟାଗୋରୀ ବଢେଇଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now