ଭାରତକୁ ଆସିବ ୨୬ ରାଫେଲ ସାମୁଦ୍ରିକ ଲଢୁଆ ବିମାନ। ଖୁବଶୀଘ୍ର ଭାରତ ଫ୍ରାନ୍ସଠାରୁ ଲଢୁଆ ବିମାନ ଆଣିବ। ଏନେଇ ସୂଚନା ଦେଇଛନ୍ତି ନୌସେନାର ମୁଖ୍ୟ ଦୀନେଶ ତ୍ରିପାଠୀ। ଆସନ୍ତା ମାସରେ ଏହି ଡିଲ ସମ୍ପନ୍ନ ହୋଇପାରେ । ନୌସେନା ଉପରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ ବୁଝାମଣା ନେଇ ଆହୁରି ଏକ ପର୍ଯ୍ୟାୟ ଆଲୋଚନା ବାକି ରହିଛି । ଯାହା ଶେଷ ହେବା ପରେ ଫ୍ରାନ୍ସ ସହିତ ଏହି ଡିଲ ସମ୍ପନ୍ନ ହେବ । ସରକାରୀ ସ୍ତରରେ ଆଲୋଚନା ଚାଲିଥିବାରୁ ରାଫେଲ ଚୁକ୍ତିର ବିଳମ୍ବ ହେବନାହିଁ ବୋଲି କହିଛନ୍ତି ନୌସେନାର ମୁଖ୍ୟ ଦୀନେଶ ତ୍ରିପାଠୀ। ଅନେକ ଥର ଆଲୋଚନା କରାଯିବା ପରେ ରାଫେଲ କମ୍ପାନୀ ବିମାନ ମୂଲ୍ୟ ହ୍ରାସ କରିଛି । ଏହି ଚୁକ୍ତି ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now