ଭାରତ ଆସିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ଋଷିଆ ରାଷ୍ଟ୍ରପତି ଭାରତ ଆସୁଛନ୍ତି। ତେବେ ପୁଟିନଙ୍କ ଗସ୍ତ ତାରିଖ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଫେବୃଆରୀ ୨୦୨୨ ରେ ଋଷ ଏବଂ ୟୁକ୍ରେନ ସହିତ ବିବାଦ ଆରମ୍ଭ ହେବା ପରେ ଏହା ରାଷ୍ଟ୍ରପତି ପୁଟିନଙ୍କର ପ୍ରଥମ ଭାରତ ଗସ୍ତ ହେବ। ଋଷିଆ ଦୂତାବାସ ପକ୍ଷରୁ ଅହି ସୂଚନା ଦିଆଯାଇଛି। ଋଷିଆ ଏବଂ ବାରତ ମଧ୍ୟରେ ଏହାର ଶୀର୍ଷ ନେତାମାନେ ପ୍ରତିବର୍ଷ ପରସ୍ପରର ଦେଶ ପରିବର୍ତ୍ତନ କରିବା ପାଇଁ ଏକ ଚୁକ୍ତିନାମା ରହିଛି। ଏହି ଚୁକ୍ତିନାମା ଅନୁଯାୟୀ ପୁଟିନ ଭାରତ ଗସ୍ତ କରୁଛନ୍ତି। ସେପଟେ ଆସନ୍ତାବର୍ଷ ସ୍କ୍ୱାର୍ଡ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତ କରିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now