ବିଶ୍ବରେ ବ୍ୟାପୁଛି ଏକ ନୂଆ ଭାଇରସ। ବିଶ୍ୱବାସୀଙ୍କୁ ଡରାଇଲାଣି ଏହି ନୂଆ ଭାଇରସ । ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଯାହାର ଅର୍ଥ ହେଉଛି’ ନୃତ୍ୟ ପରି ଗତି କରିବା ‘। ଏହି ରହସ୍ୟମୟ ରୋଗ ମୁଖ୍ୟତ ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାର ମହିଳା ଏବଂ ଝିଅମାନଙ୍କୁ ପ୍ରଭାବିତ କରୁଛି। ରିପୋର୍ଟ ଅନୁଯାୟୀ, ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାରେ ପ୍ରଥମ ଥର ପାଇଁ ଏକ ଅଜବ ଜୀବାଣୁ ଦେଖାଦେଇଛି। ଏହି ଅଜବ ରୋଗରେ ଅନେକ ପ୍ରକାର ଲକ୍ଷଣ ଦେଖାଯାଉଛି। ଏହି ଜୀବାଣୁରେ ପୀଡିତ ଲୋକମାନେ ଜୋରରେ ଜ୍ୱର, ଅତ୍ୟଧିକ ଦୁର୍ବଳତା ଅନୁଭବ କରିବା ସହ ପକ୍ଷାଘାତ ବି ପୀଡିତ ହେଉଛନ୍ତି। ଏହି ରୋଗ ହେଲେ ପୀଡିତଙ୍କ ଚାଲିବା ପ୍ରାୟ ଅସମ୍ଭବ ହୋଇଯାଉଛି।
ଏହି ଜୀବାଣୁରେ ପୀଡିତ ଲୋକମାନଙ୍କର ଚାଲିବା ଏବଂ ଠିଆ ହେବାରେ ଅସୁବିଧା ହୁଏ। ଯଦିଓ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନାହାଁନ୍ତି, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ରୋଗ ଆଫ୍ରିକୀୟ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now