ଆଫଗାନିସ୍ତାନରେ ସଡ଼କ ଦୁର୍ଘଟଣା, ୫୨ରୁ ଉର୍ଦ୍ଧ୍ୱ ମୃତ

ଆଫଗାନିସ୍ତାନରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାରେ ପାଖାପାଖି ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫ରୁ ଉର୍ଦ୍ଧ୍ୱ ଜଣ ଆହତ ହୋଇଛନ୍ତି । ଜଣେ ସରକାରୀ ଅଧିକାରୀ ଗୁରୁବାର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଗଜନୀ ପ୍ରଦେଶର ଗଭର୍ଣ୍ଣରଙ୍କ ପ୍ରବକ୍ତା ହାଫିଜ ଓମାର କହିଛନ୍ତି ଯେ ବୁଧବାର ବିଳମ୍ବିତ ରାତିରେ କାବୁଲ-କାନ୍ଧାର ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓ ତେଲ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା ହୋଇଥିଲା । ସେହିପରି ରାଜପଥର ଅନ୍ୟ ଏକ ସ୍ଥାନରେ ଦ୍ଵିତୀୟ ଦୁର୍ଘଟଣା ଘଟିଥିଲା ।

ସରକାରୀ ଅଧିକାରୀ କହିଛନ୍ତି, ଆହତମାନଙ୍କୁ ଗଜନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ମୃତଦେହଗୁଡ଼ିକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଗୁରୁତର ଆହତଙ୍କୁ କାବୁଲ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତକମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି । ଏହିପରି ଚଳିତ ସପ୍ତାହ ଆରମ୍ଭରେ ମଧ୍ୟ ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦ ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଗତ ୧୬ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ଏକ ପରିବାରକୁ ନେଇ ଯାଉଥିବା ଗାଡ଼ିଟି ଗଭୀର ଖାଇକୁ ଖସିପଡ଼ିଥିଲା । ପୂର୍ବରୁ ମଧ୍ୟ ଉତ୍ତର ବଦଖଶାନ ପ୍ରଦେଶର ଏକ ଜିପ୍ ନଦୀରେ ଖସିପଡ଼ିବାରୁ ୬ ଜଣ ଯାତ୍ରୀ । ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *