ଖାରଜ ହୋଇଗଲା ଅନାସ୍ଥା ପ୍ରସ୍ତାବ । ନୋଟିସରେ ତ୍ରୁଟି ଓ ଅନାସ୍ଥା ପଛର ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ । ତରବରିଆ ଭାବେ ଉପଯୁକ୍ତ ନୀତି ଅନୁସରଣ ନକରି ବିରୋଧୀ ପ୍ରସ୍ତାବ ଆଣିଥିଲେ । ନୋଟିସରେ ସତ୍ୟତା କମ ପ୍ରଚାର ଉଦ୍ଦେଶ୍ୟ ବେଶୀ ଥିବା କୁହାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦେଇଥିବା ଅନାସ୍ଥା ନୋଟିସକୁ ଗୁରୁବାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଖାରଜ କରି ଦେଇଛନ୍ତି । କେବଳ ଖାରଜ କରି ନାହାଁନ୍ତି ଏହା ଗମ୍ଭୀର ଓ ତ୍ରୁଟପୂର୍ଣ୍ଣ ବୋଲି କହିଛନ୍ତି । ଧନକଡ଼ଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏଭଳି ନୋଟିସ ଅଣାଯାଇଥିବା ହରିବଂଶ ରୁଲିଂରେ କହିଛନ୍ତି । ଏବଂ ସର୍ବବୃହତ ଗଣତନ୍ତ୍ରରେ ଉପରାଷ୍ଟ୍ରପତିଙ୍କ ଆସନକୁ ଅପମାନିତ କରିବାର ଏକ ଦୁଃସାହସିକ ଅଭିଯାନ କହି କଠୋର ସମାଲୋଚନା କରିଛନ୍ତି ହରିବଂଶ । ରାଜ୍ୟସଭା ମହାସଚିବ ପି.ସି.ମୋଦି ଏହି ରୁଲିଂ ଉପସ୍ଥାପନ କରିଥିଲେ । ଗତ ୧୦ ତାରିଖ ଦିନ ବିରୋଧୀ ଇଣ୍ଡିଆ ବ୍ଲକ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଏବଂ ସେଥିରେ ନିୟମ ଅନୁଯାୟୀ ୬୦ ସଦସ୍ୟଙ୍କର ଦସ୍ତଖତ ଥିଲା । ରାଜ୍ୟସଭା ଅଧ୍ୟକ୍ଷ ପକ୍ଷପାତ କରୁଥିବାରୁ ତାଙ୍କ ଉପରେ ଆସ୍ଥା ନଥିବା ନୋଟିସରେ ଜଣାଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now