ନିରୀକ୍ଷଣ ବ୍ୟବସ୍ଥା ହାତକୁ ନେଇଛି ଜିଲ୍ଲା ପ୍ରଶାସନ

ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ। ଗର୍ଭବତୀ ମହିଳାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏବଂ ମାଗଣାରେ ଅନ୍ତତଃ ପକ୍ଷେ ତିନି ଥର ଅଲଟ୍ରା ସାଉଣ୍ଡର ବ୍ୟବସ୍ଥା କରି ଗର୍ଭସ୍ଥ ଶିଶୁର ସ୍ୱସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ନିରୀକ୍ଷଣ ବ୍ୟବସ୍ଥା ହାତକୁ ନେଇଛି ଜିଲ୍ଲା ପ୍ରଶାସନ। ବିଶେଷ କରି ଅପହଞ୍ଚ ଇଲାକାରେ ଏହି ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ପାଇଁ ଜିଲ୍ଲା ପ୍ରଶାସନର ଏହି ଅଭିନବ ପଦକ୍ଷେପ । ଯେଉଁଥିରେ ସାମିଲ ରହିଛନ୍ତି ଆଶା କର୍ମୀ, ଅଙ୍ଗନବାଡି ସହ ବିଭିନ୍ନ ସ୍ୱାସ୍ଥ୍ୟକର୍ମୀ ।  ନିରୀକ୍ଷଣ ହେଉଛି ଗଞ୍ଜାମ ଜିଲ୍ଲା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଭିତ୍ତିକ ଏକ କ୍ରାନ୍ତିକାରୀ ପଦକ୍ଷେପ । ଜିଲ୍ଲା ପ୍ରଶାସନର ଏକ ଅଭିନବୀକରଣ ପ୍ରୟାସ ହେଉଛି ଏହି ନିରୀକ୍ଷଣ କାର୍ଯ୍ୟକ୍ରମ । ଯାହାର କେବଳ ଗୋଟିଏ ଲକ୍ଷ୍ୟ ହେଉଛି ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟବସ୍ଥାର ସୁଦୃଢ଼ୀକରଣ। ଯାହାକି ଜଣେ ମାଆକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ସହିତ ଏକ ସୁସ୍ଥ ଶିଶୁ  ଜନ୍ମ ଦେବାରେ ସହାୟକ ହୋଇଥାଏ ।

ମୁଖ୍ୟ ରୂପାନ୍ତରୀକରଣ ଦିଗରେ ନିରୀକ୍ଷଣ କାର୍ଯ୍ୟକ୍ରମ ୮୫,୦୦୦ରୁ ବି ଅଧିକ ଗର୍ଭବତୀ ମାଆଙ୍କୁ ଅଲଟ୍ରା ସାଉଣ୍ଡ (ୟୁ ଏସ ଜି ) ର ସୁବିଧା ଯୋଗେଇଵାରେ ସକ୍ଷମ ହୋଇଛି। ଆଜି ସୁଦ୍ଧା  ମୋଟ ୯୭, ୬୯୮ ଅଲଟ୍ରା ସାଉଣ୍ଡ (ୟୁ ଏସ ଜି ) ମାଗଣାରେ ପ୍ରଦାନ କରାଯାଇଛି । ଏହି ନିରୀକ୍ଷଣ ସ୍ୱାସ୍ଥ୍ୟ ସେବାର ସମସ୍ତ ପ୍ରକ୍ରିୟା ଏକ କମ୍ପୁଟର ଆପ୍ଲିକେସନ ଦ୍ୱାରା ପରିଚାଳିତ । ଯାହାର ନାମ “ନିରୀକ୍ଷଣ ଆପ” ଯାହା ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଟେ  । ଜିଲ୍ଲାର ଏହି ଅଦ୍ଭୁତପୂର୍ବ ପଦକ୍ଷେପ ଭୌଗୋଳିକ ତଥା ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟସେଵା ପାଇଁ ଆଶାୟୀ ଗର୍ଭବତୀ ମାଆ ଏହାକୁ ବ୍ୟବହାର କରି ଗର୍ଭ ପୂର୍ବବସ୍ଥାର ଯତ୍ନ ନେବାରେ ସକ୍ଷମ ହେଇପାରିଛନ୍ତି ।

ଏହି କାର୍ଯ୍ୟକ୍ରମର ସଫଳତା ଏହାର ଆଭ୍ୟନ୍ତରୀଣ ପ୍ରବେଶ ମାର୍ଗ ସମଗ୍ର ଗଞ୍ଜାମ ଜିଲ୍ଲାର କୋଣଅନୁକୋଣ ଏବଂ ଗ୍ରାମ ଉପାନ୍ତ ଅଂଚଳ ଗୁଡ଼ିକରେ ରହୁଥିବା  ଗର୍ଭବତୀ ମାଆ ଯେପରି ସ୍ୱାସ୍ଥ୍ୟ ସେବାରୁ ବଂଚିତ ନ ହୁଅନ୍ତି ସେଥିରେ ସାହାଯ୍ୟ କରୁଛି।

ବ୍ରହ୍ମପୁରରୁ କ୍ୟାମେରା ପ୍ରସନ ବିକ୍ରମ ଜେନାଙ୍କ ସହ ଇତିଶ୍ରୀ ସମାପିକା ମହାନ୍ତି ନକ୍ଷତ୍ର ନିଉଜ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *