ଦକ୍ଷିଣ ଆଫ୍ରିକାରେ ସୁନାଖଣିରେ ଦୁର୍ଘଟଣା। ୧୦୦ ମୃତ। ବେଆଇନ ଭାବେ ଉତ୍ତୋଳନ ବେଳେ ୧୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ଆଫିକ୍ରାର ଷ୍ଟିଲଫୋଣ୍ଟେନ ସହର ନିକଟବର୍ତ୍ତୀ ବେଫେଫ୍ଲୋଣ୍ଟନ୍ରେ ଥିବା ସୁନା ଖଣିରେ ପ୍ରାୟ ୫୦୦ ଶ୍ରମିକ ଫସି ରହିଛନ୍ତି। ଏହି ଶ୍ରମିକମାନେ ଅନେକ ମାସ ଧରି ଖାଦ୍ୟ ନ ମିଳିବାରୁ ଏମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଶ୍ରମିକମାନେ ଭୋକ ଏବଂ ଶୋଷରେ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହେବା ପରେ ବାହାରେ ଏକଥା କେହି ଜାଣିପାରିନଥିଲେ। ସେପଟେ ଏହି ଶ୍ରମିକମାନେ ମାସ ମାସ ଧରି ଫସି ରହିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଖଣିକୁ ସିଲ କରିବାକୁ ପୋଲିସ ଉଦ୍ୟମ କରୁଥିବା ବେଳେ ଶ୍ରମିକ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now