ପତ୍ନୀ ଓ ଗାର୍ଲଫ୍ରେଣ୍ଡ ମିଶିକି କଲେ ମର୍ଡର

 ପତ୍ନୀ ସାମ୍ନାରେ ଗାର୍ଲଫ୍ରେଣ୍ଡକୁ ଯୌନସମ୍ପର୍କ ରଖୁଥିଲା ଇଞ୍ଜିନିୟର। ଶେଷରେ ଗାର୍ଲଫ୍ରେଣ୍ଡ ଓ ପତ୍ନୀ ମିଳିମିଶି ମର୍ଡର କରିଦେଲେ। ୟୁପିର ଇଟାଓ୍ୱାରେ ଇଞ୍ଜିନିୟର ରାଘବେନ୍ଦ୍ର ଯାଦବଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା କରିଛି ପୁଲିସ। ନିଜ ରୁମରେ ଜଳିକୁ ମୃତ୍ୟୁବରଣ କରିଥିବା ମାମଲାରୁ ପରଦା ଉଠାଇଛି ପୁଲିସ। ଗାର୍ଲଫ୍ରେଣ୍ଡ ବର୍ଷା ଓ ପତ୍ନୀ କିରଣ ଯାଦବ ମିଶିକି ସବୁଦିନ ଲାଗି ରାସ୍ତାରୁ ହଟାଇଦେଲେ ରାଘବେନ୍ଦ୍ରକୁ। ଗାର୍ଲଫ୍ରେଣ୍ଡ ଚକ୍କରରେ ରାଘବେନ୍ଦ୍ର ସବୁଦିନ ପତ୍ନୀ କିରଣକୁ ମାରଧର କରୁଥିଲା। ଆଉ ଗାର୍ଲଫ୍ରେଣ୍ଡକୁ ରାତିରେ ତା ସାଙ୍ଗରେ ରହିବାକୁ ବାଧ୍ୟ କରୁଥିଲା। ରାତିରେ ନ ରହିଲେ ବ୍ଲାକମେଲିଂ କରୁଥିଲା। ଏପରିକି ପତ୍ନୀ ଉପସ୍ଥିତିରେ ଗାର୍ଲଫ୍ରେଣ୍ଡ ସହ ଯୌନସମ୍ପର୍କ ରଖୁଥିଲା। ଏଥିରେ ଉଭୟ ପତ୍ନୀ ଓ ଗାର୍ଲଫ୍ରେଣ୍ଡ ବ୍ୟଥିତ ହୋଇ ରାଘବେନ୍ଦ୍ରକୁ ମାରିବାକୁ ଯୋଜନା କରିଥିଲେ। ପତ୍ନୀ କିରଣ ରାଘବେନ୍ଦ୍ରକୁ ହତ୍ୟା କରି ଶବକୁ ରୁମରେ ବନ୍ଦ କରି ନିଆଁ ଲଗାଇଦେଇଥିଲା। କିରଣକୁ ପୁଲିସ ଗିରଫ କରିଛି। ଗାର୍ଲଫ୍ରେଣ୍ଡ୍ ଫେରାର ହୋଇଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *