ଗୁଣି ଗାରେଡ଼ି ସନ୍ଦେହରେ ଅକଥନୀୟ ନିର୍ଯାତନା

୭୭ ବର୍ଷୀୟା ମହିଳାଙ୍କୁ ଗରମ ଲୁହା ରଡରେ ଚେଙ୍କ ଦେଲେ, କାଠ ଫାଳିଆରେ ପିଟିଲେ, ପରିସ୍ରା ପିଆଇଲେ ଆଉ ଶେଷରେ କୁକୁରର ମଳ ଖୁଆଇଲେ । ଏବଂ ସେଥିରେ ମନ ଶାନ୍ତି ନହେବାରୁ ବେକରେ ଚପଲ ହାର ପିନ୍ଧାଇ ଗାଁ ଯାକ ବୁଲାଇଲେ। ଗୁଣିଗାରେଡ଼ି କୁ କେନ୍ଦ୍ର କରି ମହାରାଷ୍ଟ୍ର ଅମରାବତୀରୁ ଆସିଛି ଏଭଳି ଛାତିଥରା ଖବର । ଡିସେମ୍ୱର ୩୦ର ଘଟଣା କିନ୍ତୁ ବହୁ ବିଳମ୍ୱରେ ଅଭିଯୋଗ ହେବା ପରେ ପୁରା ମାମଲା ଜଣାପଡ଼ିଛି । ବୃଦ୍ଧ ମହିଳା ଜଣଙ୍କ ସ୍ଥାନୀୟ ଚିଖଲଦରା ତାଲୁକାର ରେତ୍ୟଖେଡ଼ା ଗାଁର ଲୋକ। ପୀଡ଼ିତା ଙ୍କ ପୁଅ ବୋହୁ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କୁ ଅଭିଯୋଗ କରିଥିଲେ। ଗୁଣି ଗାରେଡି ସନ୍ଦେହରେ ପୁଅ ବୋହୁ କାମ ପାଇଁ ବାହାରକୁ ଯାଇଥିବା ବେଳେ ପଡୋଶୀ ମାନେ ଏକୁଟିଆ ପାଇ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର କରିଥିଲେ।ଘଟଣା ସମ୍ପର୍କରେ ପୁଲିସ ଆଜି ସବିଶେଷ ସୂଚନା ଦେଇଛି।ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ତେବେ କଳା ଯାଦୁ, ଗୁଣି, ଗାରେଡି, ତନ୍ତ୍ରମନ୍ତ୍ରକୁ ନେଇ ଅନେକ ଜଘନ୍ୟ ଘଟଣା ଘଟୁଥିବା ବେଳେ ଏହାର ସହଜ ଶିକାର ପ୍ରାୟତଃ ମହିଳା ହେଉଛନ୍ତି । ବିଭିନ୍ନ ରାଜ୍ୟରେ ଏହାର ନିରାକରଣ ପାଇଁ ଆଇନ ଅଛି। ତଥାପି ଅନ୍ଧବିଶ୍ୱାସ ଓ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ଅମାନବୀୟ କାରବାର ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି। ଯେଉଁଥିରେ ପୁରା ଅଞ୍ଚଳର ମୌନ ସମର୍ଥନ ରହୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *