ବେଗୁନିଆ ଅଞ୍ଚଳରେ ହାତୀଙ୍କ ଉତ୍ପାତ। ଧାନ ଗଦା ସହିତ ଘରଦ୍ୱାର, ପନିପରିବା କରୁଛନ୍ତି ବ୍ୟାପକ ନଷ୍ଟ। ସଞ୍ଜ ନଇଁଲେ ପଡୁଛି ତାଟି କବାଟ। ସେପଟେ ବିଦ୍ୟୁତ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ମଧ୍ୟ ହେଲାଣି ତଥାପି ଚେତୁନି ବନ ବିଭାଗ। ଏକର ଏକର ପନିପରିବା ଫସଲ ଖାଇଲେ, ଦଳିଲେ ଆଉ ଭାଙ୍ଗିଲେ ଘର ।ଏଥିସହିତ ଧାନ କଳେଇ ଗଦାରୁ ମଧ୍ୟ ଧାନ ଖାଇ କରୁଛନ୍ତି ବ୍ୟାପକ ନଷ୍ଟ । ୧୮ ଟିକିଆ ହାତୀପଲ ଏବେ ବେଗୁନିଆ ବ୍ଲକ ଦେଉଳି, ଡାଳତୋଳା ଏବଂ ଗୋବିନ୍ଦପୁର ପଞ୍ଚାୟତରେ ଉତ୍ପାତ କରୁଛନ୍ତି। ସଂଧ୍ୟା ହେଲେ ଏହିସବୁ ପଞ୍ଚାୟତର ଗାଁ ମାନଙ୍କରେ ତାଟି କବାଟ ପଡୁଛି। ରାତିସାରା ନିଆଁ ହୁଳା ସହିତ ଟର୍ଚ୍ଚ ଲାଇଟ ଧରି ଅନିଦ୍ରା ହେବାକୁ ପଡୁଛି ଗାଁ ଲୋକଙ୍କୁ ହେଲେ ତଥାପି ହାତୀଙ୍କ ଉପଦ୍ରବରୁ ସୁରକ୍ଷିତ ରହିପାରୁନି ଫସଲ।
ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପରିଛଳ ଗାଁ ହେଉଛି ଖୋର୍ଦ୍ଧା ଜିଲ୍ଲାର ତରକାରୀ ହାଣ୍ଡି ଭାବେ ପରିଚିତ। ହେଲେ ୫ ଦିନ ହେବ ଏହି ୧୮ ଟିକିଆ ହାତୀପଲ ଗାଁର ବହୁ ପନିପରିବା କ୍ଷେତ ଉଜାଡି ସାରିଲେଣି। ଯାହାକୁ ନେଇ ଚାଷୀମାନେ ହତାଶ ସହିତ ଚାଷ ଛାଡିବାକୁ ବସିଲେଣି। ସେପଟେ ନିକଟସ୍ଥ ଡାଳତୋଳା କଣିପାରୀ ଗାଁର ଏକ ପରିବା କ୍ଷେତ ଚାରିପଟେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀର ମୃତ୍ୟୁ ମଧ୍ୟ ହେଲାଣି। ତଥାପି ଚେତୁନି ଖୋର୍ଦ୍ଧା ବନ ବିଭାଗ। ଆଉ DFO ଖୋର୍ଦ୍ଧା କହୁଛନ୍ତି ସମୟ ଆସିଲେ ସେମାନେ ଆପେ ପଳାଇବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now