ଆର୍ଟ ଗ୍ୟାଲେରିରୁ ସିଜ୍- ଏମଏଫ ହୁସେନଙ୍କ ପେଣ୍ଟିଂ

ଆର୍ଟ ଗ୍ୟାଲେରୀରେ ଏମଏଫ ହୁସେନଙ୍କ ଲାଗିଥିବା ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଜବତ କର। ଯେଉଁ ଫଟୋ ଗୁଡ଼ିକ ଆପତ୍ତିଜନକ, ସିଜ୍ କରିବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ। ଦିଲ୍ଲୀ ଆର୍ଟ ଗ୍ୟାଲେରୀରେ ଭାରତୀୟ ଚିତ୍ରଶିଳ୍ପୀ ଏମଏଫ ହୁସେନଙ୍କ ଲାଗିଥିବା ଦୁଇଟି ପେଣ୍ଟିଂକୁ ଜବତ କରିବାକୁ କୁହାଯାଇଛି। ଏ ଦୁଇଟି ପେଣ୍ଟିଂରେ ହିନ୍ଦୁ ଦେବାଦେବୀଙ୍କୁ ଆପତ୍ତିଜନକ ଭାବେ ଦର୍ଶାଯାଇଛି ବୋଲି ଜଣେ ଆଇନଜୀବି ଅମ୍ରିତା ସଚ୍ଚଦେବା ଏତଲା କରିଥିଲେ। ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଭାବେ ଦର୍ଶାଯାଇଥିଲା ବୋଲି ଆରୋପ ଲଦିଥିଲେ ଅମ୍ରିତା। ଏଭଳି ଆପତ୍ତିଜନକ ପେଣ୍ଟିଂକୁ ପ୍ରଦର୍ଶନୀରେ ସାମିଲ କରିଥିବା ଦିଲ୍ଲୀ ଆର୍ଟ ଗ୍ୟାଲେରୀ ଓ ଏହାର ନିର୍ଦେଶକଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ କୌଣସି ଆକ୍ସନ ନେଉନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *