ବିବାଦରେ ମହନ୍ତ ରାଜୁ ଦାସ..

ମହାକୁମ୍ଭ ମେଳାରେ ମହନ୍ତ ରାଜୁ ଦାସଙ୍କ ଟିପ୍ପଣୀକୁ ନେଇ ଥମୁନି ହଙ୍ଗାମା। ମହାକୁମ୍ଭ ମେଳାରେ ଲାଗିଥିବା ମୁଲାୟମ ଯାଦବଙ୍କ ପ୍ରତିମୂର୍ତ୍ତି ଉପରେ ଅପମାନଜନକ ଟିପ୍ପଣୀ ଦେଇଥିଲେ ରାଜୁ। ପ୍ରୟାଗରାଜ ମହାକୁମ୍ଭରେ ମୁଲାୟମ ସିଂ ଯାଦବ ସ୍ମୃତି ସେବା ସଂସ୍ଥା ପକ୍ଷରୁ ସପାର ପ୍ରତିଷ୍ଠାତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମୁଲାୟମଙ୍କ ପ୍ରତିମୂର୍ତ୍ତି ଲାଗିଥିଲା। ଏହି ମୂର୍ତ୍ତି ବି ଆକର୍ଷଣରେ କେନ୍ଦ୍ରବିନ୍ଦୁ ସାଜିଥିଲା। ମୁଲାୟମଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ, ଯଦି କୁମ୍ଭମେଳା ଯାଉଛନ୍ତି, ତାହେଲେ ଦେଶର ପଦ୍ମବିଭୂଷଣ ପିଡିଏ ଭଗବାନଙ୍କୁ ବି ଦର୍ଶନ କରନ୍ତୁ। ଆଉ ଏହି ପୋଷ୍ଟକୁ ସେୟାର କରି ମହନ୍ତ ରାଜୁ ଦାସ ଲେଖିଥିଲେ, ଯଦି କୁମ୍ଭମେଳା ଯାଉଛନ୍ତି, ତା ହେଲେ ଏହି ପ୍ରତିମୂର୍ତ୍ତି ଉପରେ ପରିଶ୍ରା କରି ଯିବେ। ଆଉ ଏହି ବିବାଦୀୟ ପୋଷ୍ଟକୁ ନେଇ ସମାଜବାଦୀ ଦଳ ତାତିଛି। ଦଳ ରାଜୁ ଦାସଙ୍କ ବିରୁଦ୍ଧରେ ଏତଲା ଦେଇଛି। ପୁଲିସ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଅଲଟିମେଟମ ଦେଇଛି। ବିଭିନ୍ନ ଜାଗାରେ କୁଶପୁତ୍ତଳିକା ଦାହ କରି ବିରୋଧ କରିଛି। ଗିରଫ ନ କଲେ ଆଇନକୁ ହାତକୁ ନେବାକୁ ଦଳ ପଛାଇବନି ବୋଲି ଚେତାଇ ଦେଇଛି। ସପା ସାଂସଦ ପ୍ରିୟା ସରୋଜ କହିଛନ୍ତି, ରାଜୁ ଦାସ ବାବା ନୁହେଁ, ସୈତାନ। ଏଯାଏଁ ଜେଲ୍ କାହିଁକି ଯାଇନାହାନ୍ତି। ପୁଲିସ ତୁରନ୍ତ ଆକ୍ସନ ନେଉ।

ସେପଟେ ରାଜୁ ଦାସଙ୍କ ଅପରାଧିକ ଚିଠା ଖୋଲିଛି। ରାଜୁ ଦାସଙ୍କ ଉପରେ ୨୦୧୩, ୨୦୧୭ ଓ ୨୦୨୩ରେ ମାମଲା ଥିବା କହିଛି ପ୍ରଶାସନ। ୟୁପି ପୁଲିସ ରାଜୁ ଦାସଙ୍କୁ ଗିରଫ କରୁନି। କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ଅବ୍ୟବସ୍ଥା ଉପରେ ଏକ ଟିପ୍ପଣୀ କରିଥିବାରୁ ଶ୍ୟାମ ଯାଦବଙ୍କୁ ତୁରନ୍ତ ଗିରଫ କରିନେଲା ପୁଲିସ। ମହାକୁମ୍ଭ ସ୍ନାନରେ ଏତେ ଲୋକଙ୍କ ମୃତ୍ୟୁ ହେଉଛି। ଅନେକ ବେମାର ପଡ଼ୁଛନ୍ତି। ଯାହାକୁ ମୋକ୍ଷପ୍ରାପ୍ତର ସ୍ୱର୍ଗ ବୋଲି କହିବା ପକ୍କା କହି ପୋଷ୍ଟ କରିଥିଲେ ଶ୍ୟାମ ଯାଦବ। ନ୍ୟାୟର ଲଢେଇ ଲାଗି ଗିରଫଦାରିକୁ ନେଇ ନିନ୍ଦା କରାଯାଇଥିଲା। ଏପରିକି ପୋଷାକ ପିନ୍ଧିବାକୁ ନ ଦେଇ ପୁଲିସ ବାନ୍ଧି ନେଇଥିଲା। ସେପଟେ ଲକ୍ଷ୍ମୌର ତାଜ୍ ହୋଟେଲରେ ରାଜୁ ଦାସ ଔ ସ୍ୱାମୀପ୍ରସାଦ ମୌର୍ଯ୍ୟଙ୍କ ସମର୍ଥକଙ୍କ ଭିତରେ ପିଟାପିଟିର ପୁରୁଣା ଭିଡ଼ିଓ ପୁ଼୍ଣି ଥରେ ଭାଇରାଲ ହୋଇଛି। ହନୁମାନ ଗାଦିର ମହନ୍ତଙ୍କ ମୁହଁରେ ଏଭଳି ଭାଷା ପ୍ରୟୋଗ ପଛରେ କିଏ ଉସୁକାଉଛି। ସାଧୁସନ୍ଥ ବେଶରେ ରହି ରାଜନୀତି କରୁଥିବା ଏଭଳି ବ୍ୟକ୍ତିଙ୍କୁ ହନୁମାନଗାଦିରୁ ତୁରନ୍ତ ବାହାର କରିବାକୁ ଦାବି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *