ସ୍ମାର୍ଟ ମିଟରରେ ଅନିମିୟତତା ନେଇ ପୁରୀ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l TPCODL ର ସ୍ମାର୍ଟ ମିଟର ବସେଇବାକୁ କେନ୍ଦ୍ର କରି ପ୍ରବଳ ଅଭିଯୋଗ ହୋଇଛି । ଉପଭୋକ୍ତାଙ୍କୁ ସେବା ଯୋଗାଇବାରେ ବିଫଳ କମ୍ପାନୀ ସ୍ମାର୍ଟ ମିଟରକୁ ଜୋର ଜବରଦସ୍ତ ଲଦି ଚାଲିଛି l ଅତିରିକ୍ତ ଅମାନତ ଜମା ପାଇଁ ମୋବାଇଲ୍ ରେ ବାର୍ତ୍ତା ଦେବା, ବର୍ତ୍ତମାନ ଲାଗିଥିବା ବିଦ୍ୟୁତ୍ ମିଟର ଗୁଡ଼ିକ ତ୍ରୁଟିପୂର୍ଣ୍ଣ ଘୋଷିତ ବୋଲି ବିନା ପ୍ରମାଣରେ ବାର୍ତ୍ତା ଦେବା ସହ ତୁରନ୍ତ ବଦଳାଇବାକୁ କହିବା ଭଳି ଅନେକ ଅଭିଯୋଗ ହୋଇଛି । ଟାଟା ପାୱାର ର ବିଭିନ୍ନ ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ କହିଥିଲେ ଯେ ବିଦ୍ୟୁତ ବିଭାଗର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଯେପରି ସାଧାରଣ ଲୋକ ବିଦ୍ୟୁତ ସେବା ବଞ୍ଚିତ ନହେବେ ସେ ନେଇ ଆଲୋଚନା କରାଯିବ କହିଥିଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ l

Naxatra News is now on Whatsapp
Join and get latest news update delivered to you via whatsapp
Join Now