କେନ୍ଦୁଝରରୁ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଛାଡ଼ିଲା ପ୍ରଥମ ଗାଡ଼ି । ମହାକୁମ୍ଭ ମେଳା ଉପଲକ୍ଷେ କେନ୍ଦୁଝରରୁ ଅଯୋଧ୍ୟା ପ୍ରଥମ ସ୍ଵତନ୍ତ୍ର ବସ ବାରାଣସୀ ଓ ପ୍ରୟାଗରାଜ ମଧ୍ୟ ଦେଇ ଆଜି ଯାତ୍ରାରମ୍ଭ କରିଛି । OSRTC ଦ୍ଵାରା କେନ୍ଦୁଝରରୁ ଏହି ଶୀତତାପ ନିୟନ୍ତ୍ରିତ ଆରାମଦାୟକ ବସ କେନ୍ଦୁଝର OSRTC ବସଷ୍ଟାଣ୍ଡରୁ ବାହାରି ଆସନ୍ତା ୩୧ ତାରିଖରେ ପ୍ରତ୍ୟାବର୍ତ୍ତନ କରିବ । ଗୋଟିଏ ବସରେ ୫୦ ଜଣ ଯାତ୍ରୀଙ୍କର ବସିବା ପାଇଁ ବ୍ୟବସ୍ଥା ଥିବା ବେଳେ, ପ୍ରତ୍ୟେକ ୫ ଦିନ ବ୍ୟବଧାନରେ ୫ଟି ବସ ଅଯୋଧ୍ୟା ଯିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏଥିରେ ଯାତ୍ରୀମାନଙ୍କ ପାଇଁ ମାଗଣାରେ ପାନୀୟ ଜଳ, ଖାଇବା ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ପ୍ରୟାଗରାଜରେ ମହାସ୍ନାନ କରିବା ପରେ ଅଯୋଧ୍ୟା ଯାତ୍ରା କରିବେ । ଏଥିରେ ପୁରୁଷ ଯାତ୍ରୀମାନଙ୍କ ପାଇଁ ୫, ୬୬୮ ଟଙ୍କା ଓ ମହିଳାଯାତ୍ରୀଙ୍କ ପାଇଁ ୩, ୬୮୮ ଟଙ୍କାର ଟିକଟ ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନଙ୍କର ଯାତ୍ରା ସୁବ୍ୟବସ୍ଥିତ କରିବା ପାଇଁ OSRTC ତରଫରୁ ୨ ଜଣ ଅଧିକାରୀ ଏହି ବସରେ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now