ରାତି ଅଧିଆ ପୋତାଯାଉଛି ଜଳାଶ୍ରୟ

 ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ। କଟକ ଜିଲ୍ଲା ବାଙ୍କୀ ଏନଏସି ପକ୍ଷରୁ କିଭଳି ରାତି ଅଧିଆ ତରବରିଆ ଭାବେ ପୋତି ଦିଆଯାଉଛି ଜଳାଶ୍ରୟ। ଆଉ ଖୋଦ ଏନଏସିର ନିର୍ବାହୀ ଅଧିକାରୀ ସାଜିଛନ୍ତି ଠିକାଦାର।  ଯେଉଁ ଜଳାଶ୍ରୟ ପୋତି ଦିଆଯାଉଛି ତାର ନାମ ହେଉଛି ରେଣୁକା ନଈ। ଯେଉଁ ରେଣୁକା ନଈର ରହିଛି ସ୍ୱତନ୍ତ୍ର ପରିଚୟ। ଆରାଧ୍ୟ ମା ଚର୍ଚ୍ଚିକାଙ୍କ ସହିତ ଯୋଡି ହୋଇ ରହିଛି ରେଣୁକା ନଈର  ଅନେକ କିମ୍ବଦନ୍ତୀ। ହେଲେ ଏହାର ପୁନରୁଦ୍ଧାର କରିବା ପରିବର୍ତ୍ତେ ନିଜ ସ୍ୱାର୍ଥ ସାଧନ ପାଇଁ ଲାଗିପଡ଼ିଛି ବାଙ୍କୀ ଏନଏସି। ଏହା ଉପରେ ଏବେ ବାଙ୍କୀ ଏନଏସିର ନିର୍ବାହୀ ଅଧିକାରୀଙ୍କର ଲୋଲୁପ ଦୃଷ୍ଟି ଥିବା ଅଭିଯୋଗ ଉଠିଛି।  ତେଣୁ ଏହାର ତଦନ୍ତ ହେବାର ଆବଶ୍ୟକ ରହିଛି ବୋଲି ଅଭିଯୋଗ ଆଣିଛି ବିଜେପି।  ଯେଉଁ ଜଳାଶ୍ରୟକୁ ପୋତାଯାଉଛି, ନାଁ ତାର କୌଣସି ଟେଣ୍ଡର ହୋଇଛି ନାଁ କୌଣସି ସୂଚନା ଫଳକ ସାର୍ଵଜନୀନ କରାଯାଇଛି। ଶହ ଶହ ଟ୍ରିପ ମାଟି ଟ୍ରାକ୍ଟର ଦ୍ୱାରା କେଉଁଠୁ ଏଠାକୁ ଅଣାଯାଉଛି। କିଏ ନିର୍ଦେଶ ଦେଇଛି ଆଦି ଏହାର ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି। ତୁରନ୍ତ କାମ ବନ୍ଦ ରଖିବା ପାଇଁ ବିଜେପି ଦାବି କରିଛି। ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବ ଚେତାବନୀ ଦେଇଛି ଦଳ। .

ବିନା ଫଳକ, ବିନା ଟେଣ୍ଡରରେ ଏଭଳି ହେଉଥିବା କାମକୁ କେବଳ ବିଜେପି ନୁହେଁ, ସାଧାରଣ ଲୋକେ ବି ବିରୋଧ କରୁଛନ୍ତି। ଅଧାପନ୍ତରିଆ ଅବସ୍ଥାରେ ସ୍ମାଟ ପାର୍କ ପଡି ରହିଥିବା ବେଳେ ଏଠି କାହା ସ୍ୱାର୍ଥ ସାଧନ ପାଇଁ କାମ ଆରମ୍ଭ ହେଉଛି ବୋଲି କହିଛନ୍ତି।  ଗୋଟିଏ ବି କାମ ସମ୍ପନ୍ନ କରି ପାରୁନି ବାଙ୍କୀ ଏନଏସି, କିନ୍ତୁ ପୁଣି ଆରମ୍ଭ କରୁଛି ଆଉ ଏକ ନୂଆ ପ୍ରକଳ୍ପ। ଅନ୍ୟପଟେ ଉପଜିଲ୍ଲାପାଳ କହିଛନ୍ତି ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ତହସିଲଦାରଙ୍କୁ ନିର୍ଦେଶ ଦେବେ। ଯଦି ଏଭଳି କିଛି ବେଆଇନ କାମ ଚାଲିଥାଏ ତେବେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ବାସ୍ତବିକ ଏ ସବୁ ଦିଗରେ ପ୍ରଶାସନ ସଠିକ ଦିଗରେ ତଦନ୍ତ କରିବା ନାଁ ତଦନ୍ତ ଦିଗହରା ହେବ ତାହା ଆଗାମୀ ଦିନରେ ଜଣାପଡିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *