ବିଏସଏଫ ଯବାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ

ମାଲକାନଗିରି ଜିଲା ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଜଙ୍ଗଲରୁ ବିଏସଏଫ ଯବାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ଜିଲା ପୁଲିସ ଓ ବିଏସଏଫ ଦ୍ୱିତୀୟ ବାଟାଲିୟନ ଯବାନ ମାନେ ସିଲାକୋଟା ଜଙ୍ଗଲ ଅଭିମୁଖେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସିଲାକୋଟା ଜଙ୍ଗଲର ଚାରୋଟି ସ୍ଥାନରେ ଏହି ମାଓ ସାମଗ୍ରୀ ଥିବା ଠାବ କରିଥିଲେ ।  ଉକ୍ତ ଚାରୋଟି ସ୍ଥାନ ମଧ୍ୟରୁ ତିନୋଟି ସ୍ଥାନରେ ପଥର ଗୁମ୍ଫା ମଧ୍ୟରୁ ଜବତ କରାଯାଇଥିବାବେଳେ ଉକ୍ତ ଗୁମ୍ଫାଠାରୁ ୫୦ ମିଟର ଦୂର ଦୁଇଟି ଗଛ ମଧ୍ୟରେ ଥିବା ଖାଲି ସ୍ଥଳ ମାଟି ତଳେ ସାମଗ୍ରୀ ଜବତ କରାଯାଇଥିଲ।। ଜବତ ହୋଇଥିବା ସାମଗ୍ରୀରେ ଗୋଟିଏ ପ୍ରେସର କୁକର ବୋମା, ତିନୋଟି ଟିଫିନ ଆଇଡି, ତିନୋଟି ଇଲେକ୍ଟ୍ରିକ୍ ଡିଟୋନେଟର, ୧୧ ମିଟର ବିଦ୍ୟୁତ ତାର, ଗୋଟିଏ ମୋବାଇଲ ଫୋନ୍, ଗୋଟିଏ ପାବାର ବ୍ୟାଙ୍କ, ତିନୋଟି ଏସ୍.ବି.ଏମ୍‌.ଏଲ୍‌. ବନ୍ଧୁକ ରହିଛି । ତେବେ ଏକଦା ମାଓବାଦୀଙ୍କ ଗଡ ଭାବେ ପରିଚିତ ଥିବା ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଅଂଚଳରୁ ଏହି ସମସ୍ତ ସାମଗ୍ରୀ ଜବତ ହୋଇଥିବାବେଳେ ସେହି ସମୟରେ ମାଓବାଦୀ ମାନେ ପୁଲିସକୁ ଟାର୍ଗେଟ କରି ଏଠାରେ ଲୁଚାଇ ରଖିଥିବା ଜଣାପଡିଛି । ଏନେି ମାଲକାନଗିରି ଏସପି ବିନୋଦ ପାଟିଲ ହେଚ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *