ବିଧାନସଭା ଶୂନ୍ୟକାଳରେ ଉଠିଲା କିଟ୍ ପ୍ରସଙ୍ଗ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଉଠାଇଲେ ପ୍ରସଙ୍ଗ। ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ଏବେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ବିଫଳ। କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓଡିଶା ନିନ୍ଦିତ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଓଡିଶା ନିନ୍ଦିତ। ରାଜଧାନୀରୁ ପୁର ପଲ୍ଲୀ ଯାଏ ସବୁଠି ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭୁବନେଶ୍ଵରରେ ହତ୍ୟାକାଣ୍ଡ ହେଲା । ସେପଟେ ଆପାର୍ଟମେଣ୍ଟରେ ଲୋକେ ସୁରକ୍ଷିତ ନୁହଁ। ଭରତପୁର ଥାନା ଘଟଣା ପ୍ରମାଣିତ କରୁଛି ଥାନାରେ ବି ଲୋକେ ସୁରକ୍ଷିତ ନୁହଁନ୍ତି। ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣାରେ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆସିଲାନି। ଚିକିଟି ମଦ ମୃତ୍ୟୁ ଘଟଣାରେ RDC ତଦନ୍ତ ରିପୋର୍ଟ ଏଯାଏ ଆସିଲାନି । ମୋ ନିର୍ବାଚନ ମଣ୍ଡଳୀର ଗୋଟିଏ ଘଟଣାରେ ଏଫଆଇଆର ଦିଆଯାଇଛି କିନ୍ତୁ ଦୋଷୀ ବୁଲୁଛନ୍ତି, ପୋଲିସ ନୀରବ। ରାଜ୍ୟ ସାରା ସବୁଠି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଏ ପ୍ରସଙ୍ଗ ଉଠାଇଛନ୍ତି ପ୍ରତାପ ଦେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now