ବଙ୍ଗାଲୋରରୁ ଗରିବ ରଥ ଏକ୍ସପ୍ରେସ କୋଚ ନମ୍ବର :-G5 ର ୭୫ ନମ୍ବର ସିଟରେ ୧୫ ଫ୍ରେବୁଆରୀରେ ଘରକୁ ବାହାରିଥିଲେ । କେନ୍ଦ୍ରାପଡ଼ା ରାଜକନିକା ବଳରାମପୁର ଗାଁର ଲୋକନାଥ ସାହୁଙ୍କ ୩୪ ବର୍ଷିୟ ପୁଅ ଗୌର ଗୋବିନ୍ଦ ସାହୁ ବାଙ୍ଗାଲୋରରୁ କଟକରେ ଓହ୍ଲାଇବା ପରିଵର୍ତ୍ତେ ଅଚେତ ଅବସ୍ଥାରେ ପୁରୀରେ କିଛି ଭଦ୍ର ବ୍ୟକ୍ତି ଓ ଗାଡି ଚାଳକ ତାଙ୍କୁ ପାଇବା ପରେ ତାଙ୍କ ମୋବାଇଲରୁ ନମ୍ବର ସଂଗ୍ରହ କରି ଗାଁକୁ ଖବର କରିଥିଲେ। ଗତକାଲି ରାତିରେ ଗାଁର ଦୁଇଜଣ ସମ୍ପର୍କୀୟ ଏକ ଗାଡ଼ି ନେଇ ଗୌରଙ୍କୁ ଆଣିବାକୁ ପୁରୀ ଯାଇ ସେହି ଅଚେତ ଅବସ୍ଥାରେ ଘରକୁ ଆଣିବା ବାଟରେ ଗୌର ନିଦରେ ଶୋଇ ପଡ଼ିଥିଲେ। ଘରକୁ ଆସି ଗୌରଙ୍କୁ ଡ଼ାକିବା ବେଳକୁ ଗୌର ଆଉ ଉଠି ନଥିଲେ। ପରିବାର ଓ ଗାଁ ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗୌରଙ୍କ ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now