ଅପ୍ରସଙ୍ଗକୁ ବିରୋଧୀ ପ୍ରସଙ୍ଗ କରୁଛନ୍ତି : ଅମର ନାୟକ

ଗଣତନ୍ତ୍ରରେ ବିରୋଧୀ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୁଃଖ ଯେ ସାରା ରାଜ୍ୟ ପ୍ରଶ୍ନ ଉତ୍ତରକୁ ଅପେକ୍ଷା କରିଥାନ୍ତି। ନିଜ ଅଞ୍ଚଳ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ବିଧାୟକ ଅନେଇ ବସିଥାନ୍ତି। ବିରୋଧୀ ଗୃହ ଚଳାଇଦେଲେ ନାହିଁ। କୀଟ ପ୍ରସଙ୍ଗ ହେଉ ବା ଅନ୍ୟ କେଉଁ ପ୍ରସଙ୍ଗ ହେଉ, ତାକୁ ଏଡାଇବାକୁ ଭିନ୍ନ ଦିଗ ଦେଇଛନ୍ତି। ମୁଲତବି ଆଣିଲେ ବିରୋଧୀ। ସରକାର ପ୍ରସ୍ତୁତ ଆଲୋଚନା ପାଇଁ। ମହିଳାଙ୍କ ପାଇଁ ସରକାର ସମ୍ବେଦନଶୀଳ। ସହାୟିକାଙ୍କ ଦରମା ଦିଆଗଲା। ଅତୀତରେ ମହିଳାଙ୍କୁ ଧୂଆଁବାଣ କରୁଥିଲେ ବିରୋଧୀ। ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି କାରଣ ବିରୋଧୀଙ୍କ ପାଖରେ ଆଉ ପ୍ରସଙ୍ଗ ନାହିଁ। ବିରୋଧୀ ଜାଣିଶୁଣି ନିଜ ଏପରି କରୁଛନ୍ତି କାରଣ ସେମାନେ ସଙ୍କଟରେ ପଡିଛନ୍ତି। ସେମାନେ ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ୱି କରିବାକୁ କିଛି କରି ନାହାନ୍ତି। ସୁଭଦ୍ରା ପରି ସବୁଠାରୁ ବଡ଼ ଯୋଜନା କରିଛନ୍ତି ସରକାର। କୋଟିଏ ମହିଳାଙ୍କ ପାଖରେ ଏହା ପହଞ୍ଚିଛି। ଏହା ସହାୟତା, ଋଣ ନୁହେଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *