କେନାଲରେ ପିଲା କ୍ରିକେଟ ଖେଳୁଛନ୍ତି। ପାଣି ତ ନାହିଁ। ଆଉ କେଉଁ କାମରେ ନ ଲାଗିଲେ ସୁଦ୍ଧା ପିଲାଙ୍କ ଖେଳ ଲାଗି ତ ଅନ୍ତତଃ କେନାଲ କାମରେ ଲାଗୁଛି। ବିଧାନସଭାର ପ୍ରଶ୍ନୋତ୍ତର କାଳରେ ସନାତନ ବିଜୁଳି ସୁବର୍ଣ୍ଣରେଖା ଜଳପ୍ରକଳ୍ପକୁ ନେଇ ଏମିତି ଉଦବେଗ ପ୍ରକାଶ କରିଥିଲେ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାକୁ ୪ ଥର ଉଦଘାଟନ କଲେଣି। କିନ୍ତୁ ଚାଷୀଙ୍କୁ ମିଳୁନି ପାଣି। ଏହାସହ ଉଠାଜଳସେଚନ ଓ ବିଜୁଳି ବିଭାଗ ଭିତରେ ସମନ୍ୱୟ କି ତାଳମେୟ ରହୁନାହିଁ। ତେବେ ସନାତନଙ୍କ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେବା ଆଗରୁ ବାଚସ୍ପତି ସୁରମା ପାଢୀ ସନାତନଙ୍କୁ ସମର୍ଥନ କରି ନିଜ ଜିଲ୍ଲା ନୟାଗଡରେ ବି ସମାନ ଅସୁବିଧା କଥା ଉଠାଇଥିଲେ। ନୟାଗଡରେ ୧୨୭ଟି ବୋରୱେଲ ହୋଇଛି। କିନ୍ତୁ ବିଜୁଳି ସଂଯୋଗ ହୋଇନଥିବାରୁ ଦୀର୍ଘ ୭ରୁ ୮ ବର୍ଷ ହେଲା ଅଚଳ ହୋଇପଡିଛି ବୋରୱେଲ। ଚାଷୀ ପାଣି ପାଉନାହାନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖୁଥିବା ମନ୍ତ୍ରୀ ମହାଲିଙ୍ଗ କହିଥିଲେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବିଜୁଳି ସଂଯୋଗ ସମସ୍ୟାର ସମାଧାନ କରାଯିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now