ଯୋଡ଼ା ସହର ଫ୍ଲାଏ ଓଭର ଉପରେ ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ଚାପି ହୋଇ ଜଣେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ହାଇୱା ଡ୍ରାଇଭରଙ୍କ ପରିଚୟ ମିଳପାରିନାହିଁ । ଦୁର୍ଘଟଣା ପରେ ଫ୍ଲାଏଓଭର ଉପରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଛି । ଘଟଣା ସ୍ଥଳରେ ଯୋଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଗତ ରାତିରେ ଫ୍ଲାଏ ଓଭର ପିଲାର ନଂ ୫୯ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଘରୋଇ ଖଣି କମ୍ପାନୀର ଏକ ହୋଲ୍ ପ୍ୟାକ୍ ଡାଲାକୁ ଗୋଟିଏ ଟ୍ରେଲରରେ ଲୋଡ୍ କରି ନିଆଯାଉଥିଲା । ତେବେ ହୋଲ୍ ପ୍ୟାକ୍ ଡାଲା ଅଧିକ ଓସାରିଆ ଥିବାରୁ କିଛି ଅଂଶ ଟ୍ରେଲରର ବାହାରକୁ ବାହାରି ରହିଥିଲା । ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ଆଇରନ୍ ଓର୍ ବୋଝେଇ ହାଇୱା ଦ୍ରୁତ ଗତିରେ ଆସି ଟ୍ରେଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲାକୁ ଜୋରଦାର ଟକ୍କର ମାରି ପଛପଟୁ ଆସୁଥିବା ଆଉ ଏକ ହାଇୱା ସହିତ ଧକ୍କା ହୋଇଥିଲା ଏବଂ ଗାଡ଼ି ଭିତରେ ଚାପି ହୋଇ ହାଇୱା ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ । ଯୋଡ଼ା ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now