କୌସ୍ତୁଭ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପରିସରରେ ଅନୁଷ୍ଠିତ ହୋଇଯାଇଛି ଆନୁଆଲ ଫେଷ୍ଟ-୨୦୨୫ ପ୍ରାଇଜ ଡିଷ୍ଟ୍ରିବ୍ୟୁସନ ସେରିମୋନି TECH XUBERANCE & SPORTS XUBERANCE। ଫେବ୍ରୁଆରୀ ୩ ତାରିଖରୁ ଆରମ୍ଭ ହୋଇ ୧୪ ଫେବୃଆରୀରେ ଶେଷ ହୋଇଥିଲା ଖେଳ ସାଙ୍ଗଙ୍କୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ। କେପିଏଲ ବା କୌସ୍ତୁଭ ପ୍ରିମିୟର ଲିଗରେ ବଛା ବଛା ଟିମ ଭାଗ ନେଇଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ (ଟେକନିକାଲ ଆଣ୍ଡ ନନଟେକନିକାଲ ଇଭେଣ୍ଟସରେ ) ଆଜି ପୁରଷ୍କୃତ କରାଯାଇଛି। ତେବେ ଏଭଳି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିବା ନେଇ କହିଛନ୍ତି।
() ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୌସ୍ତୁଭ ଗ୍ରୁପର ଅଧ୍ୟକ୍ଷ ଇଂ ପ୍ରଭାତ ରଞ୍ଜନ ମଲ୍ଲିକ ଯୋଗ ଦେଇ ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। FACULTY MEMBER, COMMITTEE MEMBERଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସାଧୁବାଦ ଦେଇଥିଲେ କୌସ୍ତୁଭ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ । ସେହିପରି ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ଡଃ ସୌମ୍ୟ ରଞ୍ଜନ ମହାନ୍ତି ଏବଂ ଜିଏମ ଡଃ ସଦାଶିବ ଦାସ ଏବଂ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଏଭଳି ଏକ ପ୍ରୟାସ। ଆଗକୁ ମଧ୍ୟ ଆହୁରି ଏଭଳି ଇଭେଣ୍ଟ ଆୟୋଜନ ପାଇଁ ସମସ୍ତେ ଆଶାବାଦୀ ଅଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now