ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରେ ଚର୍ଚ୍ଚାକୁ ଆସିଥିବା ବାବା ଏବେ ଜୟପୁର ପୋଲିସ ହାତରେ । ସେ ସୋସିଆଲ ମିଡିଆରେ ଜୀବନ ହାରିବାକୁ ଧମକ ଦେଇଥିଲେ । ଏହାପରେ ସେ ରହୁଥିବା ହୋଟେଲକୁ ଯାଇ ବାବାଙ୍କୁ ଅଟକ ରଖିଛି ପୋଲିସ । ବାବାଙ୍କ ନିକଟରେ ଗଂଜେଇ ମଧ୍ୟ ମିଳିଛି । ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାବା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି । ସେ ଭିଡିଓରେ କହିଛନ୍ତି, ପୋଲିସ ହୋଟେଲକୁ ଆସିଯାଇଛି । ମୁଁ ଜିନିଷ ପ୍ୟାକ୍ କରିସାରିଛି । ପୋଲିସ ଏଫଆଇଆର ଦାୟର କରିଛି । ମୋତେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର କିଛି ଓକିଲ ଦରକାର, ଯେଉଁମାନେ କେସ୍ ଲଢିପାରିବେ ।ସେ ଆହୁରି କହିଛନ୍ତି, ଆପଣମାନେ ସବୁକିଛି ଭୁଲିଗଲେ, ଭୋଳାନାଥଙ୍କ ପ୍ରସାଦ ସବୁ ଶେଷ । ଏଠାରେ କେହି ସାହାଯ୍ୟ କରୁନାହାନ୍ତି । ଲୋକ କେବଳ ମେସେଜ କରୁଛନ୍ତି । ମୁଁ ରାତିସାରା ଶୋଇନି । ମୋତେ ଲାଇଭ କରିବାକୁ ସୁଯୋଗ ଦେଉନାହାନ୍ତି, ତାଙକୁ ଦେଉଛନ୍ତି । ସମ୍ଭାଳ ସନାତନକୁ । ମୁଁ ଅନ୍ୟ ଦେଶ ଯାଇ ସନାତନ ହୋଇପାରିବି ।ଗତ କିଛି ଦିନ ହେଲାଣି ମିଡିଆ ମୋ ସହିତ ଏମିତି କରିଛି । ମୋ ସହିତ କେହି ବି ନାହିଁ । ସବୁ ମୋ ସାଙ୍ଗରେ ଅଛନ୍ତି ବୋଲି କହୁଛନ୍ତି, ସବୁ ନାଟକ । ମହାଦେବଙ୍କ ପ୍ରସାଦ, ସମସ୍ତେ ଖାଆନ୍ତି । ହେଲେ ତାକୁ ନେଇ ପୋଲିସ କେସ୍ କରନ୍ତୁ । ପୋଲିସ ଏହାକୁ ବେଆଇନ ବୋଲି କହୁଛି । ସାଧୁମାନେ ପିଉଥିଲେ, ସମସ୍ତଙ୍କ ପାଖରେ ପ୍ରମାଣ ଅଛି । ସମସ୍ତଙ୍କୁ ଧରନ୍ତୁ ।ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏକ ନ୍ୟୁଜ ଚ୍ୟାନେଲରେ ଅତିଥିମାନଙ୍କ ସହିତ ମାରପିଟ୍ ଭିଡିଓ ଭାଇରଲ ହୋଇଥିଲା । ଅଭୟ ସିଂ ବମ୍ବେ ଆଇଆଇଟିରୁ ଇଂଜିନିୟରିଂ ପାଠ ପଢ଼ିଛନ୍ତି । ବଡ଼ ଚାକିରି କରି ବିଳାଶପୂର୍ଣ୍ଣ ଜୀବନ ବିତାଇବା ପରିବର୍ତ୍ତେ ସେ କିନ୍ତୁ ସଂସାରର ସବୁ ସୁଖକୁ ପଛରେ ପକାଇ ପାଲଟି ଯାଇଥିଲେ ବାବା । ବାବା ହେବା ପରେ ତାଙ୍କ ନାଁକୁ ବଦଳାଇ ସେ ରଖିଛନ୍ତି ମଶାଣି ଗୋରଖ ବାବା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now