ହୋଲି ପାଇଁ ଆସିଲା ନୂଆ ଗାଡଲାଇନ

ଆଉ ମାତ୍ର ୨ ଦିନ ପରେ ରଙ୍ଗର ପର୍ବ ହୋଲି। ଏନେଇ ବଜାର ପୁରା ରଙ୍ଗିନ୍ ଯାହା କୁ ନେଇ କମିଶନରେଟ୍ ପୋଲିସ୍ ହୋଲି ନେଇ ଗାଡଲାଇନ ଜାରି କରିଛି । ପଢନ୍ତୁ କଣ ସବୁ ରହିବ । ମଦ୍ୟପାନ କରି କୌଣସି ନଦୀ , ପୋଖରୀରେ ଗାଧୋଇବା ମନା । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବ । ଏହାସହ ସବୁ ଗାଧୁଆ ଘାଟରେ ପୋଲିସ୍ ସହ ଅଗ୍ନିଶମ କର୍ମଚାରୀ ରହିବେ । ତେବେ ହୋଲି ଦିନ ଯେଉଁମାନେ ରାସ୍ତା ଉପରେ ହୋଲି ଖେଳିବେ ସେମାନଙ୍କୁ ପୋଲିସ ଉଠାଇ ନେବ । ହର୍ବାଲ ରଙ୍ଗରେ ହିଁ ହୋଲି ଖେଳିବାକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ ରଙ୍ଗକୁ ବାରଣ କରାଯାଇଛି । ମଦ ପିଇ ହୋଲି  ଖେଳିଲେ ବନ୍ଧା ହେବେ ବୋଲି ଭୁବନେଶ୍ୱର ଡିସିପ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *