ଜାଲି ବିବାହର ରାକେଟ୍ । ଗ୍ୟାଙ୍ଗ ହରିଆଣାରୁ ପଞ୍ଜାବ ଓ ରାଜସ୍ଥାନ ଯାଏ ଜାଲ ବିଛାଇଥିଲା। ଏହାର ମାଷ୍ଦରମାଇଣ୍ଡ ରେସମ ସିଂ ଶେଷରେ ପୁଲିସ ହାତରେ ଧରା ପଡ଼ିଛି। କନ୍ୟା ଭଡ଼ାରେ ଆସୁଥିଲା। କନ୍ୟାର ପିତା ମାତା ବି ନକଲି। ଆଉ ସମ୍ପର୍କୀୟଙ୍କୁ ବି ଭଡ଼ାରେ ଅଣାଯାଉଥିଲା। ସମସ୍ତଙ୍କ ଭଡ଼ା ଖର୍ଚ୍ଚ ଅଲଗା ଅଲଗା ଫିକ୍ସ ଥିଲା। ଏମିତି କରି ୧୨ଟି ବିବାହ କରିଥିଲା ରେସମ ସିଂ। ଆଉ ପ୍ରତିବଦଳରେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିଲା। ୧୦ ହଜାର ଟଙ୍କାରେ କନ୍ୟା ଆଣି ଲକ୍ଷାଧିକ ଟଙ୍କା ଲାଭ ପାଅର ସ୍କିମ କରି ନେଟଓ୍ୱର୍କ ବିଛାଇଥିଲା ରେସମ ସିଂ। ସବୁ ବିବାହର କାହାଣୀ ସମାନ। ବିବାହର କିଛି ଦିନ ପରେ କନ୍ୟା ଟଙ୍କା ଓ ଗହଣା ନେଇ ଘରୁ ଚମ୍ପଟ ମାରୁଥିଲା। ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ଟାର୍ଗେଟ ଥିଲେ ଦିବ୍ୟାଙ୍ଗ ଯୁବକ ନଚେତ ଅଧିକ ବୟସ୍କ କାରଣରୁ ଯେଉଁମାନଙ୍କ ବିବାହ ହୋଇପାରୁନଥିଲା। ରେସମ ଗ୍ୟାଙ୍ଗର ସଦସ୍ୟ ଗାଁ ଗାଁକୁ ଯାଇ ଏଭଳି ଯୁବକଙ୍କୁ ଖୋଜି ଟାର୍ଗେଟ କରନ୍ତି। ଆଉ ବିବାହ କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଉଥିଲେ। ଗଲା ୧ ତାରିଖରେ ସିର୍ସାରେ ବି ଏଭଳି ଏକ ଜାଲି ବିବାହ କରାଉଥିଲା ରେସମ ସିଂ। ଆଉ ପୁଲିସ ସେଠାରେ ପହଞ୍ଚି ରେସମକୁ ଗିରଫ କରିଛି। ଆଉ ତା ନେଟଓ୍ୱର୍କରେ ଥିବା ସଦସ୍ୟଙ୍କୁ ବି ଅଟକ ରଖିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now