ଲଭ୍ ଟ୍ରାଙ୍ଗେଲକୁ ନେଇ ଜଣେ ଯୁବକକୁ ମର୍ଡର କରି ଶବକୁ ଆଇସକ୍ରିମ୍ ଫ୍ରିଜରରେ ଲୁଚାଇ ରଖିଥିଲେ ଅଭିଯୁକ୍ତ। ତ୍ରିପୁରାରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଭଉଣୀ ସହ ନିଜେ ରିଲେସନସିପରେ ରହିବାକୁ ଚାହୁଁଥିବା ଜଣେ ଡାକ୍ତର ଏଭଳି କାଣ୍ଡ କରିଛି। ଯୁବକର ଜଣେ ୨୦ ବର୍ଷର ଯୁବତୀ ସହ ପ୍ରେମସମ୍ପର୍କ ଥିଲା। ସେପଟେ ଯୁବତୀର ସମ୍ପର୍କୀୟ ଭାଇ ବି ଯୁବତୀକୁ ପ୍ରେମ କରୁଥିଲା। ୨୪ ବର୍ଷୀୟ ସରିଫୁଲ ଇସଲାମର ଗଳା ଚିପି ହତ୍ୟା କରିଥିଲେ। ଆଉ ଶବକୁ ଆଇସକ୍ରିମ ଫ୍ରିଜରରେ ରଖିଦେଇଥିଲେ। ଏହି ଜଘନ୍ୟ ହତ୍ୟାକାଣ୍ଡରେ ୬ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଙ୍କ ଭିତରେ ଜଣେ ଡାକ୍ତର ଓ ତାଙ୍କ ବାପା ମାଆ ବି ସାମିଲ୍ ଅଛନ୍ତି। ସରିଫୁଲ ଅଗରତାଲାର ସ୍ମାର୍ଟସିଟି ପ୍ରୋଜେକ୍ଟରେ ଇଲେକଟ୍ରିସିଆନ୍ ଭାବେ କାମ କରୁଥିଲେ। ସରିଫୁଲର ୨୦ ବର୍ଷର ଯୁବତୀ ସହ ପ୍ରେମସମ୍ପର୍କ ଥିଲା। ଆଉ ଯୁବତୀରର ଦାଦା ପୁଅ ଭାଇ ଡାକ୍ତର ଦିବାକର ଶାହା ବି ଯୁବତୀକୁ ପ୍ରେମ କରୁଥିଲା। ଆଉ ଏହି ଲଭ ଟ୍ରାଙ୍ଗେଲରୁ ସରିଫୁଲକୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ହୋଇଥିଲା। କୌଣସି କାରଣରୁ ପ୍ରେମୀଯୁଗଳଙ୍କ ଭିତରେ ଝଗଡ଼ାରୁ ପରସ୍ପର ସହ କଥାବାର୍ତ୍ତା କରୁନଥିଲେ। ଏହାର ସୁରାକ ପାଇଥିଲା ଦିବାକର। ୮ ତାରିଖ ରାତିରେ ଦିବାକର ସରିଫୁଲକୁ ଉପହାର ଦେବା ବାହାନାରେ ନିଜ ସାଙ୍ଗ ଜୟଦୀପ ଦାସଙ୍କ ଘରକୁ ଡାକିଥିଲା। ଆଉ ସରିଫୁଲ ପହଞ୍ଚିବା ମାତ୍ରେ ତାର ଗଳା ଚିପି ହତ୍ୟା କରି ଏକ ଟ୍ରଲି ବ୍ୟାଗରେ ପ୍ୟାକ୍ କରିଦେଇଥିଲେ। ଜୁନ ୯ରେ ଦିବାକରର ବାପା ଦୀପକ ଶାହା ଓ ମାଆ ଦେବିକା ଶାହା ଗାଡ଼ି ନେଇ ଅଗରତାଲା ପହଞ୍ଚିଥିଲେ। ଶବକୁ ଗଣ୍ଡାଚେରା ନେଇ ଆଇସକ୍ରିମ ଫ୍ରିଜରରେ ଲୁଚାଇଦେଇଥିଲେ। ହତ୍ୟାର ଦୁଇ ଦିନ ଆଗରୁ ଦିବାକର ଏହି ସୁଟକେସ କିଣିଥିଲା। ସରିଫୁଲ ପରିବାର ନିଖୋଜ ନେଇ ଏତଲା ଦେବା ପରେ ପୁଲିସ ତଦନ୍ତ କରିଥିଲା। ଫ୍ରିଜରରେ ଶବକୁ ଜବତ ସହ ସରିଫୁଲ ଓ ଯୁବତୀଙ୍କ ଭିତରେ ଓ୍ୱାଟସଅପରେ ପ୍ରେମକୁ ନେଇ ମେସେଜର ପ୍ରମାଣ ପାଇଥିଲା ପୁଲିସ। ଆଉ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଦିବାକର ବାଂଲାଦେଶରୁ ଏମବିବିଏସ କରିଛି। ଦିବାକର ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ସେପଟେ ୟୁପିର ସିଦ୍ଧାର୍ଥନଗରରେ ପରକୀୟାପ୍ରୀତିରୁ ହତ୍ୟା ଘଟଣା ସାମ୍ନାକୁ ଆସିଛି। ମହିଳା ଜଣକ ନିଜ ସ୍ୱାମୀକୁ ମନ୍ଦିର ନେଇ ପ୍ରସାଦରେ ବିଷ ଦେଇଥିଲେ। ଆଉ ସ୍ୱାମୀ ବେହୋସ ହେବା ମାତ୍ରେ ରାପ୍ତି ନଦୀ ପୋଲ ଉପରୁ ଫିଙ୍ଗିଦେଇଥିଲା ପତ୍ନୀ। ହତ୍ୟା ସମୟରେ ମହିଳାଙ୍କ ସହ ତା ପ୍ରେମିକ ସାଙ୍ଗରେ ଥିଲେ। ହତ୍ୟାର ୮ ଦିନ ପରେ କଙ୍କାଳ ନଦୀ କୂଳରୁ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ସଙ୍ଗୀତାଙ୍କ ଏହି କାରନାମା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପ୍ରେମିକ ସହ ଟ୍ରେନରେ ଭେଟିଥିଲା ସଙ୍ଗୀତା। ଆଉ ଏଇଠାରୁ ପ୍ରେମ ଆରମ୍ଭ ହୋଇଥିଲା। ଦେଢ଼ ବର୍ଷର ସମ୍ପର୍କ ୧୮ ବର୍ଷର ବୈବାହିକ ସମ୍ପର୍କକୁ ତୁଛ କରିଦେଲା। ସଙ୍ଗୀତା ଓ କନ୍ନନଙ୍କ ଭିତରେ ବି ପ୍ରେମ ବିବାହ ହୋଇଥିଲା। କିନ୍ତୁ ପ୍ରେମିକ ସହ ଦେଢ଼ ବର୍ଷର ସମ୍ପର୍କ ଭାରି ପଡ଼ିଲା। ଦେଢ଼ ବର୍ଷ ପୂର୍ବରୁ ଟ୍ରେନରେ ଦିଲ୍ଲୀ ଯାଉଥିଲା ବେଳେ ବଳରାମପୁରର ଅନୀଲ ଶୁକ୍ଳାଙ୍କ ସହ ସଙ୍ଗୀତାଙ୍କ ବନ୍ଧୁତା ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ମୋବାଇଲରେ କଥାବାର୍ତ୍ତା ଜାରି ରହିଥିଲା। ଗାଁରେ କନ୍ନନ ଅନୁପସ୍ଥିତିରେ ମଝିରେ ମଝିରେ ଗାଁକୁ ଆସି ସଙ୍ଗୀତା ସହ ଭେଟୁଥିଲା ଅନୀଲ। କାହାକୁ ସନ୍ଦେହ ନ ହେବା ପାଇଁ ଅନୀଲକୁ ପିଉସୀ ପୁଅ ବୋଲି କହୁଥିଲା ସଙ୍ଗୀତା। ଜୁନ୍ ୨ରେ ଅଚାନକ ଗାଏବ ହୋଇଯାଇଥିଲେ କନ୍ନନ। ଆଉ ଜୁନ୍ ୫ରେ ସ୍ୱାମୀର ନିଖୋଜ ଏତଲା ଦେଇଥିଲା ସଙ୍ଗୀତା।

Naxatra News is now on Whatsapp
Join and get latest news update delivered to you via whatsapp
Join Now