ମହିଳାଙ୍କୁ ମର୍ଡର କରି ଖଣ୍ଡ ଖଣ୍ଡ କରି କାଟିବା ଭଳି ବୀଭତ୍ସ କାଣ୍ଡରେ ତିନି ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି କୋଲକାତା ହାଇକୋର୍ଟ। ଏହି ତିନି ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ୧୧ ବର୍ଷ ତଳର ମାମଲା। ଜୟନ୍ତୀ ଦେବ ନାମକ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବକୁ ସିଲଦାହ ରେଲଓ୍ୱେ ଷ୍ଟେସନ ଆଗରେ ପୁଲିସ ୨୦୧୪ରେ ଜବତ କରିଥିଲା। ଶରୀରକୁ ଖଣ୍ଡ ଖଣ୍ଡ କାଟି ଏକ ସୁଟକେସ, ବ୍ୟାକପାକ ଓ ବେଡରୋଲରେ ରଖାଯାଇଥିଲା। ଏଥିରେ ମହିଳାଙ୍କ ପୂର୍ବତନ ସ୍ୱାମୀ, ତାଙ୍କର ପାର୍ଟନର ସମେତ ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିଥିଲା ପୁଲିସ। ଟ୍ରାଏଲ କୋର୍ଟ ସାକ୍ଷ୍ୟପ୍ରମାଣ ଭିତ୍ତିରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। କିନ୍ତୁ ହାଇକୋର୍ଟରେ ଅପିଲ୍ କରାଯାଇଥିଲା ଯେ, ପୂର୍ବତନ ସ୍ୱାମୀ ଓ ତାଙ୍କ ପାର୍ଟନର ପୀଡ଼ିତାଙ୍କ ଆଖପାଖରେ ନଥିଲେ। ଏପରିକି ତାଙ୍କ ବାସଭବନ ପାଖରେ ବି ମର୍ଡରର ଅବ୍ୟବହିତ ଆଗରୁ ବି ଏମାନେ ନଥିଲେ। ସେଥିଲାଗି ଏମାନେ ଅପରାଧ ଘଟାଇନଥିବେ ବୋଲି ଯୁକ୍ତି ଦର୍ଶାଯାଇଥିଲା ଅପିଲରେ। ଅଭିଯୁକ୍ତଙ୍କୁ ଦୋଷମୁକ୍ତ ସହ ସମସ୍ତଙ୍କୁ ରିଲିଜ୍ ବେଳେ ଜଷ୍ଟିସ୍ ଦେବାଙ୍ଗସୁ ବାସକ ଓ ମହମ୍ମଦ ସବ୍ବର ରାସିଦି କହିଥିଲେ, ସୁରୋଜିତ ଦେବ ପୀଡ଼ିତାଙ୍କ ମାଟ୍ରିମୋନିଆଲ କମ୍ପାନୀକୁ ଏ ମର୍ଡରର ବହୁ ପୂର୍ବରୁ ଛାଡ଼ି ଦେଇଥିଲେ। ଆଉ ନିଜ ଝିଅ ସହ ଅନ୍ୟତ୍ର ରହୁଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now