ବିଶ୍ୱ ସ୍କ୍ୱାସ୍ ଚାମ୍ପିଅନସିପରେ ବ୍ରୋଞ୍ଜ ମେଡାଲ ପାଇ କୀର୍ତ୍ତି ରଚିଲେ ଅନହଟ

ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନସିପରେ ଇତିହାସ ରଚିଲେ ଅନହଟ ସିଂ। ୧୭ ବର୍ଷୀୟା ଅନହଟ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି। କାଇରୋରେ ସେମିଫାଇନାଲରେ ଇଜିପ୍ଟର ନାଡିଏନ ଏହ୍ଲାମାମିଙ୍କୁ ସେ କଡ଼ା ଫାଇଟ୍ ଦେଇଥିଲେ। କିନ୍ତୁ ହାରିଯାଇଛନ୍ତି। ସେ ନାଡିଏନଙ୍କଠୁ ୬-୧୧, ୧୨-୧୪ ଓ ୧୦-୧୨ରେ ହାରିଗଲେ। ଭାରତର ପ୍ରଥମ ମହିଳା ସିଙ୍ଗଲ ବର୍ଗରେ ମେଡାଲ ଆଣି ନୂଆ କୀର୍ତ୍ତି ରଚିଛନ୍ତି ଅନାହଟ। ଭାରତର ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ସରିଲା।  ଯଦି ଅନହଟ ଜିତିଥାଆନ୍ତେ, ତାହେଲେ ୨୦୦୫ରେ ଜ୍ୟୋସ୍ନା ଚିନପ୍ପାଙ୍କ ଐତିହାସିକ ପ୍ରଦର୍ଶନ ପରେ ମହିଳା ବ୍ୟକ୍ତିଗତ ବର୍ଗରେ ଫାଇନାଲରେ ପହଞ୍ଚିବାରେ ଦ୍ୱିତୀୟ ଭାରତୀୟ ହୋଇଥାଆନ୍ତେ। ସେମିଫାଇନାଲରେ ପହଞ୍ଚିବା ସହ ଅନହଟ ୨୦୧୦ରେ ଦୀପିକା ପଲ୍ଲିକଲଙ୍କ ପରେ ଟୁର୍ଣ୍ଣାମେଣ୍ଟର ଅନ୍ତିମ ୪ରେ ପହଞ୍ଚିବା ଖେଳାଳୀ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *